ସନଷ୍ଟାର ଟିଭି ବ୍ୟୁରୋ
ଆସାମ ; ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ପ୍ରସ୍ତାବକୁ ନେଇ ଏବେ ଚାରିଆଡେ ଖୁବ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅସମାନତା ଶବ୍ଦ କୁ ଦୂରେଇବାକୁ ତଥା ସନ୍ତୁଳିତ ବିକାଶ ପାଇଁ ଏବେ ଏକଜୁଟ ହୋଇ କାମ କରିବାର ସମୟ ଆସିଛି । ଏହିକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ଦେଶର ପାଞ୍ଚୋଟି ରାଜଧାନୀ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରତି ଜୋନ ଆଧାରରେ ଗୋଟିଏ ରାଜଧାନୀ ତିଆରି କାରିବା ଆବଶ୍ୟକ ଯାହା ଫଳରେ ଦେଶରୁ କ୍ଷେତ୍ରୀୟ ଅସମାନତା ଦୂର ହୋଇପାରିବ ବୋଲି ପ୍ରସ୍ତାବ ରଖିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏହି ପ୍ରସ୍ତାବକୁ ନେଇ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି, ଗତ କିଛି ଦିନ ଧରି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଯୁକ୍ତି ଲଗୁଥିବା କାଥା ଉକ୍ତ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି । ଅଲଗା ଦେଶର ମଜାକ ଉଡାଇବା କେଜ୍ରିୱାଲଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି, କିନ୍ତୁ ଗରିବ ରାଜ୍ୟାକୁ ଉପହାସ କାରିବା ବଦଳରେ ଆମକୁ ଅସମାନତା ଶବ୍ଦ କୁ ଦୂରେଇବାକୁ ଏକଜୁଟ ହୋଇ କାମ କରିବା ଦାରକାର, ତେଣୁ ଆମେ ପ୍ରତି ଜୋନ ହିସାବାରେ ଦେଶରେ ପାଞ୍ଚୋଟି ରାଜଧାନୀ ତିଆରି କାରିପାରିବା କି ବୋଲି ପ୍ରଶ୍ନ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ।