ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକୀୟ ଅନୁମତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅପରାହ@ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ୫ଟି ପର୍ଯ୍ୟାୟରେ ସଂପାଦିତ ହେବ । ୦-୩୫ କିମି ପର୍ଯ୍ୟନ୍ତ(୯.୦୯୫ ହେକଫର ଜଙ୍ଗଲ ଜମି) ହେବାକୁ ଥିବା ରେଳ ଲାଇନ ପ୍ରକଳ୍ପକୁ ଷ୍ଟେଜ-୧ ଓ ଷ୍ଟେଜ-୨ ଅନୁମତି ମିଳିସାରିଛି । ସେହିପରି ୩୬-୧୧୨ କିମି ( ୫୯.୭୧୭ ହେକଫର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଲ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ-୧ ଓ ଷ୍ଟେଜ-୨ ଅନୁମତି ମିଳିସାରିଛି । ପୂର୍ବତଟ ରେଳପଥ ଏହି କାର୍ଯ୍ୟ ଆରମ୍ଭ କରିପାରିବ । ନୟାଗଡ଼ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ୧୧୨-୧୪୩ କିମି (୨୯୨.୨୮୯ ହେକଫର ଜଙ୍ଗଲ ଜମି) ପର୍ଯ୍ୟନ୍ତ ହେବାକୁ ଥିବା ରେଳ ଲାଇନ ପ୍ରକଳ୍ପକୁ ଅଦ୍ୟାବଧି ଷ୍ଟେଜ-୧ ଅନୁମତି ମିଳିପାରିନାହିଁ । ସେହିପରି ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୪୩-୧୮୦ କିମି (୩୦୨.୩୨୯ ହେକଫର ଜଙ୍ଗଲ ଜମି) ପର୍ଯ୍ୟନ୍ତ ହେବାକୁ ଥିବା ରେଲ ଲାଇନ ପ୍ରକଳ୍ପକୁ ମଧ୍ୟ ଷ୍ଟେଜ-୧ ଅନୁମତି ମିଳିପାରିନାହିଁ । ଏ ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଭାରତ ସରକାରଙ୍କ ସଂପୃକ୍ତ ବିଭାଗ ସହ ତୁରନ୍ତ ଯୋଗାଯୋଗ କରି ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ଷ୍ଟେଜ-୧ ଅନୁମତି ଆଣିବା ପାଇଁ ଯଥାବିଧି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ଅମାତ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଜି. ରାଜେଶ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ୧୮୦-୨୩୮ କିମି (୧୩.୨୨ ହେକଫର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଲ ଲାଇନ ପ୍ରକଳ୍ପକୁ ଷ୍ଟେଜ-୧ ଅନୁମତି ମିଳିସାରିଛି । ସୁବର୍ଣ୍ଣପୁର ଓ ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ୨୩୮-୨୮୯ କିମି (୬୯.୭୭ ହେକଫର ଜଙ୍ଗଲ ଜମି) ପର୍ଯ୍ୟନ୍ତ ରେଲ ଲାଇନ ପ୍ରକଳ୍ପକୁ ଷ୍ଟେଜ-୧ ଅନୁମତି ମିଳିସାରିଛି ବୋଲି ବୈଠକ ସୂତ୍ରରୁ ପ୍ରକାଶ ।ଏହି ପ୍ରକଳ୍ପଗୁଡ଼ିକ ଶେଷ ହେଲେ ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ବଲାଙ୍ଗିର, ସୁବର୍ଣ୍ଣପୁର ଓ ଆଖପାଖ ଜିଲ୍ଲାର ଜନସାଧାରଣ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଛନ୍ତି ।ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ରାଉତଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।