ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ ; କୋରାପୁଟ ପୁଲିସ ପାଇଁ ଗୌରବର ବିଷୟ ।ଓଡିଶା ପୁଲିସକୁ ଗର୍ବିତ କରିଛନ୍ତି କୋରାପୁଟର ମହିଳା ପୁଲିସ ଅଧିକାରୀ DIB ,DSP _ସୁମିତ୍ରା ଜେନା। ତଦନ୍ତରେ ଉତ୍କର୍ଷତା ପାଇଁ ପୁଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ମାଲକାନଗିରି ଜିଲ୍ଲାରେ ଜଣେ ବିବାହିତ ମହିଳାଙ୍କୁ ନିଜ ସ୍ବାମୀ ବିବତ୍ସ ଭାବେ ହତ୍ୟା କରିବାପରେ ପ୍ରମାଣ ନଷ୍ଟ କରିବାକୁ ଶବକୁ କେନାଲରେ ଫୋପାଡି ଦେଇଥିବା ଘଟଣାରେ ସଫଳ ତଦନ୍ତ କରି ଦୋଷୀଙ୍କୁ ସଜା ଦେବାରେ ସକ୍ଷମ ହୋଇଥିବାରୁ ପଦକ ପାଉଛନ୍ତି।ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସେ ଖୁସି ପ୍ରକଟ କରିବା ସହ ଆଗକୁ ଅଧିକା ନିଷ୍ଠାର ସହ କାମ କରିବି ବୋଲି କହିଛନ୍ତି
ମାଲକାନଗିରି ଓରକେଲ ଥାନାରେ ଥାନା ଅଧିକାରୀ ଥିବା ସମୟରେ ୨୦୧୬ ମସିହାରେ ଅଜଣା ମହିଳାକୁ ହତ୍ୟା କରି ଅଖା ବସ୍ତାରେ ବାନ୍ଧି କେନାଲରେ ଫୋପାଡିବା ଘଟଣାରେ ପୁଲିସ ନିଜ ପକ୍ଷରୁ ମାମଲା ଦରଜ କରି ତଦନ୍ତ କରି ଦୋଷୀଙ୍କୁ ଧରିବାରେ ସଫଳ ହୋଇଥିଲେ ।୨୦୧୬ ର ମାମଲା ୨୦୨୧ ରେ ମାଲକାନଗିରି ଅଦାଲତ ୪ ଜଣ ଦୋଷୀଙ୍କୁ ଜେଲ୍ ଦଣ୍ଡ ଶୁଣାଇଥିଲେ । ୨ ଜଣକୁ ୧୪ ବର୍ଷ ଓ ୨ ଜଣକୁ ୧୦ ବର୍ଷ ଲେଖାଏଁ ଦଣ୍ଡ ଶୁଣାଇଥିଲେ।ତଦନ୍ତରେ ସଫଳତା ସହ ଦୋଷୀକୁ ଦଣ୍ଡ ଦେବାରେ ସଫଳତା ପାଇଥିବା ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିପାଇଁ ସେ ନିଜକୁ ଗର୍ବିତ ମନେକରିବା ସହ ରାଜ୍ୟ ପୁଲିସ ବିଭାଗର ସହଯୋଗକୁ କୃତଜ୍ଞତା ଜଣାଇଛନ୍ତି ।ସଠିକ ଭାବେ ନିଷ୍ଠାର ସହ ତଦନ୍ତ କଲେ ଦୋଷୀ ନିଶ୍ଚିତ ଦଣ୍ଡ ପାଇପାରିବ ବୋଲି ସେ କହିଛନ୍ତି । ଓଡିଶାରୁ ୪ ଜଣ ପୁଲିସ ଅଧିକାରୀ ପଦକ ପାଇବାରେ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ମାତ୍ର DSP _ସୁମିତ୍ରା ଜେନା ରହିଛନ୍ତି । ୨୦୦୫ ମସିହାରେ ପୁଲିସ ଚାକିରିରିରେ ଯୋଗଦେଇ ଥିବା ସୁମିତ୍ରା ଜେନା ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ କାମ କରିଥିଲେ । ୨୦୧୯ ରୁ ଅଦ୍ୟାବଧି କୋରାପୁଟ ଜିଲ୍ଲାରେ ରହି ଏବେ ଜିଲ୍ଲା DIB ସେଲର DSP ଭାବେ କର୍ମରତ ଅଛନ୍ତି ।