ସନଷ୍ଟାର ଟିଭି ବ୍ୟୁରୋ
ପୁରୀ; ପୁରୀ ଜିଲ୍ଲା କାରାଗାରରେ କଏଦୀଙ୍କ ଆତ୍ମହତ୍ୟା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ବ୍ରହ୍ମଗିରି ଅଞ୍ଚଳର ବିଶ୍ବନାଥ ବାରିକ ବୋଲି ଜଣା ପଡିଛି ।ସୂଚନା ଅନୁସାରେ, ବ୍ରହ୍ମଗିରି ଅଞ୍ଚଳରେ ରହୁଥିବା ବିଶ୍ବନାଥଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁରୀ ଜିଲ୍ଲା କରାଗାରରେ ବିଶ୍ବନାଥ ବିଚାରାଧୀନ ବନ୍ଦୀ ଭାବେ ରହିଥିଲା । ସେ ହାଜତର ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ତେବେ କିଭଳି କେଉଁ ପରିସ୍ଥିତିରେ ବିଶ୍ବନାଥଙ୍କ ମୃତ୍ୟୁ ହୋଇଛି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।