ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର – ବାଂଲାଦେଶ ରେ ଦେଖାଗଲା ଆର୍ଥିକ ସଙ୍କଟ। ଆକାଶ ଛୁଆଁ ହୋଇଗଲାଣି ତୈଳ ଦର। ଶ୍ରୀଲଙ୍କା ପରି ବାଂଲାଦେଶ ପରିସ୍ଥିତି ମଧ୍ୟ ଏବେ ଜଟିଳ ହେବାରେ ଲାଗିଛି। ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ସହ ତୈଳ ଦର ମଧ୍ୟ ୫୦ ପ୍ରତିଶତ ବଢ଼ାଇ ଦେଇଛନ୍ତି ବାଂଲାଦେଶ ସରକାର ।
ଯାହା ଫଳରେ ବାଂଲାଦେଶ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପେଟ୍ରୋଲ ଦର ଲିଟର ପିଛା ୧୩୦ ଟଙ୍କା ବୃଦ୍ଧି ହୋଇଥିଲା ବେଳେ ଡିଜେଲ ୩୪ ଟଙ୍କା ବୃଦ୍ଧି ହୋଇଛି। ତେବେ ଗତ ଫେବୃଆରୀ ରୁ ଜୁଲାଇ ମଧ୍ୟରେ କମ୍ ଦାମ ରେ ଇନ୍ଧନ ବିକ୍ରି କରାଯାଇ ଥିବାରୁ ବାଂଲାଦେଶ ପେଟ୍ରୋଲିୟମ୍ କର୍ପୋରେଶନ ୮୦୦୦ କୋଟି ଟଙ୍କାର କ୍ଷତି ସହି ଥିବା ବେଳେ ତାର ପ୍ରତିଫଳନ ରେ ଏହି ପରି ଦର ବୃଦ୍ଧି ହେଉଛି ।