ସନଷ୍ଟାର ଟିଭି ବ୍ୟୁରୋ
ସମ୍ବଲପୁର ; ସମ୍ବଲପୁର ମହାନଗର ବସ୍ତି ବାସିନ୍ଦା ମାନଂକ ଏକ କର୍ମଶାଳା “ସମ୍ବଲପୁର ବସ୍ତି ବାସିନ୍ଦା ମହାସଂଘ” ସଭାପତି ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ.ସିଦ୍ଧାର୍ଥ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ମହାସଂଘ ର ଉପସଭାପତି ଶ୍ରୀ ଲିଙ୍ଗରାଜ ତ୍ରିପାଠୀ,ସାଧାରଣ ସମ୍ପାଦକ ଶ୍ରୀ ଆଶିଷ ମହାନନ୍ଦ,ବରିଷ୍ଠ ସମାଜସେବି ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ର ଉପସଭାନେତ୍ରୀ ଶ୍ରୀମତୀ ଉଷା ପ୍ରଧାନ,ଶ୍ରୀମତୀ ସିପ୍ରା ମହାନ୍ତି,ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି ଉପସଭାପତି ଶ୍ରୀ କୁମାରଚାନ୍ଦ ରାଉତ,ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଇଂ.ଦିଲୀପ ଦୁରିଆ,ମହାସଂଘ ର ଆଇନ ପରାମର୍ଶଦାତା ଶ୍ରୀ ପ୍ରିୟଦର୍ଶୀ ଅମିତାଭ ସରଙ୍ଗୀ,ଜିଲ୍ଲା ବିଜେଡି ସମ୍ପାଦକ ଶ୍ରୀ ଶିଶିର ରଞ୍ଜନ ମହାନ୍ତି,ଶ୍ରୀ ଦିଲୀପ ଦାଶ,ମହାନଗର ସ୍ୱୟଂ ସହାୟିକା ଗୋଷ୍ଠୀ ସମନମୟ ସମିତି ର ସାଧାରଣ ସମ୍ପାଦିକା ଶ୍ରୀମତୀ ମିତାଲି ସାହୁ,ବରିଷ୍ଠ ସମାଜ ସେବି ଶ୍ରୀମତୀ ଲଳିତା କୁମାରୀ,ଜିଲ୍ଲା ମହିଳା ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମତୀ ସୁବର୍ନ ନାଏକ,ଶ୍ରୀମତୀ ମମତା ମହାନ୍ତି,ଶ୍ରୀମତୀ ରଖି ମୁଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ସଭା ଆରମ୍ଭ ରେ ବିଗତ କରୋନା ମହାମାରୀ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଂକୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ମିନିଟ ର ନିରବ ପ୍ରାର୍ଥନା କରିଥିଲେ । ଆଇନଜୀବୀ ଶ୍ରୀ ପ୍ରିୟଦର୍ଶୀ ଅମିତାଭ ସରଙ୍ଗୀ ପ୍ରଥମେ ସମ୍ବଲପୁର ମହାନଗର ଅଂଚଳ ର ସମସ୍ତ ୪୧ ଟି ୱାର୍ଡ ରୁ ୧୭୦ ଟି ବସ୍ତି ର ପ୍ରତିନିଧି ମାନଂକୁ ସ୍ୱାଗତ କରିଥିଲେ । ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଶ୍ରୀ ନିଶିକାନ୍ତ ବିଶ୍ୱାଳ ସଭା ପରିଚାଳନା କରିଥିଲେ । ଏହି କର୍ମଶାଳା ରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ମମତା ରତ୍ନ,ଶ୍ରୀ ରାଜକୁମାର ହରିପାଳ,କୁମାରୀ ନେହା ବାରଲା,ଶ୍ରୀମତୀ ରଂଜିତା ସାହୁ,ଶ୍ରୀ ମୁକେଶ ହରିପାଳ,ଶ୍ରୀମତୀ ମାଳତୀ ମହାନ୍ତି,ଫାତିମା ବେଗମ,ଜୟନ୍ତୀ ଯାଦବ,ଜାନକୀ ବୁଡା,ଅଶୋକ ନାଥ,ସୁମିତ ପରିଡା,ସୁଶୀଳା ସାହୁ,ବିନା ନାଗ,ରୋହିଣୀ ପାଇକ,ପୁଷ୍ପା କୁମ୍ଭାର,ରିତା ଶା,ରମା କୁମାରୀ,କଲ୍ୟାଣୀ ବାରିକ,ପୁଷ୍ପା ନାଏକ,ବର୍ଷା ବାଗ,ଝରଣା କୁମ୍ଭାର,ସୁଶୀଲ ସାହୁ,ମୋନିକା କୁମାରୀ,ଲଳିତା କୁମାରୀ,ଶ୍ରୀମନ ନାୟକ,ଶ୍ରୀମତୀ ନିବେଦିତା ପ୍ରଧାନ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ନିଜ ନିଜ ଅଂଚଳ ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ.ଦିଲୀପ ଦୁରିଆ,ଶ୍ରୀ କୁମାରଚାନ୍ଦ ରାଉତ,ଶ୍ରୀମତୀ ଉଷା ପ୍ରଧାନ,ଶ୍ରୀମତୀ ସିପ୍ରା ମହାନ୍ତି,ଶ୍ରୀ ଆଶିଷ ମହାନନ୍ଦ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
ସମସ୍ତ ପ୍ରତିନିଧି ମାନଂକର ଆଲୋଚନା ମଧ୍ୟରୁ ଉଠିଥିବା ସମସ୍ତ ପ୍ରସଙ୍ଗ ବାବଦ ରେ ସଭାପତି ଇଂ.ସିଦ୍ଧାର୍ଥ ଦାସ ସବିଶେଷ ଆଲୋଚନା କରିଥିଲେ । ପ୍ରତିନିଧି ମାନେ ଉଠାଇଥିବା ଆବାସ ଅଧିକାର ଓ ଘର ଡିହ ର ପଟ୍ଟା,ରାସ୍ତା,ନାଳ,ପାନୀୟ ଜଳ,ସ୍ୱଚାଳୟ ସୁବିଧା,ବିଭିନ୍ନ ପଡ଼ା ର ବିଦ୍ୟାଳୟ ର ଅବସ୍ଥା,ରାସନ କାର୍ଡ ଓ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରୀ ସିଦ୍ଧାର୍ଥ ଦାସ ମଣ୍ଡଳୀୟା ଅଂଚଳ ରେ ନୂଆ ରାଜଘାଟ ନିମନ୍ତେ ବିସ୍ଥାପିତ ହେଉଥିବା ପରିବାର ମାନଂକ ଥଇଥାନ ପ୍ରସଙ୍ଗ ରେ ଗୁରୁତ୍ୱ ଦେଇଥିଲେ,ପାନୀୟ ଜଳ ର ସୁଷମ ବ୍ୟବସ୍ଥା ପାଇଁ ପିଏଚଡି ତଥା ସମ୍ବଲପୁର ମହାନଗର କତୃପକ୍ଷ ଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କର୍ମଶାଳା ରାଜ୍ୟ ର ସାଢେ ୪ କୋଟି ଓଡିଶାବାସୀ ଙ୍କର ନେତା ତଥା ରାଜ୍ୟ ର ସର୍ବପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଜାଗା ମିଶନ,ଆବାସ ଯୋଜନା,ବିଜୁ ଆଦର୍ଶ କଲୋନୀ,ଘରେ ଘରେ ସ୍ୱଚ୍ଛ ପାଇପ ଜଳ ର ବ୍ୟସ୍ଥା,ମହାନଗର ବସ୍ତି ଅଂଚଳ ର ଉନ୍ନୟନ ନିମନ୍ତେ ମୁକ୍ତା ଯୋଜନା ତଥା ଐତିହାସିକ ସ୍ୱାସ୍ଥ୍ୟ କାର୍ଡ ନିମନ୍ତେ ଧନ୍ୟବାଦ ଜ୍ଞାପନ ପୂର୍ବକ ପ୍ରସ୍ତାବ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ବରିଷ୍ଠ ବିଜେଡି ନେତା ଶ୍ରୀ ରଚିନ୍ଦ୍ର କୁଅଁର,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁବାଶିଷ ପଣ୍ଡା,ଯୁବ ବିଜେଡି ନେତା ଶ୍ରୀ ଯାମିନୀ ବହିଦାର,ଶ୍ରୀ ଆର୍ତତ୍ରାଣ ବାଗ,ଶ୍ରୀ ପ୍ରମୋଦ କୁମାର ନାୟକ,ଶ୍ରୀ ଆଶିଷ ମିଶ୍ର,ଶ୍ରୀ ନରେଶ ଶର୍ମା,ଶ୍ରୀ ଜୟନାରାୟଣ ନାଗ,ଶ୍ରୀ ସୁଶାନ୍ତ ଦଣ୍ଡସେନା,ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱାଇଁ,ଶ୍ରୀ ମୁକେଶ ପ୍ରଧାନ,ଶ୍ରୀ ବନମାଳୀ ନାଗ,ଶ୍ରୀ ସୁରେନ୍ଦ୍ର ମିଶ୍ର,ଶ୍ରୀ ସୌମେନ୍ଦ୍ର ହୋତା,ଇଂ.ନିଶିଥ ଆକାଶ,ଶ୍ରୀ ରାଜା ପଟ୍ଟନାୟକ,ଶ୍ରୀ ଷ୍ଟିଫେନ ତିର୍କି,ଶ୍ରୀ ପ୍ରବୀଣ ଏକ୍କା,ଶ୍ରୀ ସୁଧୀର ପଟ୍ଟନାୟକ,ବିକାଶ ତରିଆ,ରାହୁଲ ତିୱାରୀ,ଅଜୟ ମହାକୁଡ଼,ଅନିଲ ଭାର୍ଗବ,ମୋହନ ପନ୍ସାରୀ,ଅନିତା ହରିପାଳ,ବବିତା ସିଂହ,ମଞ୍ଜିତ ସିଂହ,ଶ୍ରାବଣ ରୋହିଦାସ,ବିରଂଚି କିସାନ,ହୃଷୀ ନାଗ, ଙ୍କ ସହ ଅନ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।