ସନଷ୍ଟାର ଟିଭି ବ୍ୟୁରୋ
ଭଦ୍ରକ ; ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଁଶଡା ପଞ୍ଚାୟତ ରେ ଚିଙ୍ଗୁଡ଼ି ବକେୟା ପଇସା କୁ ଆଧାର କରି 2 ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି l ମିଳିଥିବା ସୂଚନା ଅନୁସାରେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀ ର ଲୋକ ପାଖରୁ ଚିଙ୍ଗୁଡ଼ି ଚାଷ ପାଇଁ ଖାଦ୍ୟ ଏବଂ ଔଷଧ ଆଣିଥିଲେ ଏହି ବକେୟା ଟଙ୍କା ଆଜି ଦେବାପାଇଁ ସ୍ଥିର ହୋଇଥିଲା l ମାତ୍ର ଠିକ ସମୟ ରେ ଅର୍ଥ ନ ମିଳିବାରୁ ଏହିକଥାକୁ ନେଇ 2 ଗୋଷ୍ଠୀ ମଧ୍ୟରେ ବଚସା ହେବା ସହ ଧସ୍ତା ଧସ୍ତି ହୋଇଥିଲା ଏବଂ ପରେ 2 ଗୋଷ୍ଠୀ ମଧ୍ୟରେ ପରିସ୍ଥିତି ଅଣାୟତ୍ତ ହେବା ସହ ମାଡ଼ ପିଟ ଆରମ୍ଭ ହୋଇଥିଲା l ଏହି ମାଡ଼ ପିଟ ରେ ଉଭୟ ଗୋଷ୍ଠୀର 5 ଜଣ ଆହତ ହୋଇଥିବା ଜଣାଯାଇଛି l ପରିସ୍ଥିତି ଆୟତ ରେ ନଥିବା ଦୃଷ୍ଟି ରୁ ବାଂଶଡା ବଜାର ଏବଂ ପଞ୍ଚାୟତ ରେ ପୋଲିସ ଫୋର୍ସ ମୁତୟନ କରାଯାଇଛି l ଏଥି ସହ ବାଁଶଡା ବଜାରରେ ଥିବା ଏକ ରାଜନୈତିକ ଦଳ ର ଅଫିସ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି