ସନଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର; ମୋବାଇଲ ବ୍ୟବହାର କରିବାକୁ ବାରଣ କରିବାରୁ ବିଷ ପିଇ ଆତ୍ମ ହତ୍ୟା କଲେ ନାବାଳିକା ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତବାଲିକୁଟି ଗ୍ରାମର ଅଶ୍ୱିନୀ କୁମାର ଦଳାଇଙ୍କର ୧୬ବର୍ଷର ନାବାଳିକା ଝିଅ ଗୀତାଞ୍ଜଳି ଦଶମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ପରିବାର ପକ୍ଷରୁ ତାଙ୍କୁ ମୋବାଇଲ ବ୍ୟବହାର କରିବାକୁ ବାରମ୍ବାର ବାରଣ କରି ଆସୁଥିଲେ !ମାତ୍ର ଗୀତାଞ୍ଜଳି ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ପରିବାର ଲୋକଙ୍କୁ ଧମକ ଦେଇ ଆସୁଥିଲେ !ତେବେ ଆଜି ଗୀତାଞ୍ଜଳି ମୋବାଇଲ ବ୍ୟବହାର କରିଥିଲା ବେଳେ ପରିବାର ଲୋକ ଜାଣି ପାରି ବାରଣ କରିଥିଲେ !ଏଥିରେ ଉତକ୍ଷିପ୍ତ ହୋଇ ନାବାଳକ ଜଣକ ଘରେ କେହି ନ ଥିଲା ବେଳେ ବିଷ ପିଇ ଦେଇ ଥିଲେ !ପରିବାର ଲୋକେ ଜାଣି ପାରି ସଙ୍ଗେ ସଂଗେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲା ଡାକ୍ତର ସେଠାରେ ତାଙ୍କୁ ମୃତ୍ଯ ଘୋଷଣା କରିଥିଲେ !ବାଲିଆପାଳ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି !