ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର; ଆଜି ସରିଲା ବଜେଟ୍ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରହିଲା ବିଧାନସାଭା ଗୃହ । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ହିଁ ଶେଷ ହେଲା ବଜେଟ୍ ଅଧିବେଶନ । ୨୧ ଟି କାର୍ଯ୍ୟ ଦିବସ ଓ ୧୧ ଟି ମୁଲତବି ନୋଟିସ୍ ଉପରେ ଆଲୋଚନା ହେବା ସହିତ, ଉପସ୍ଥାପିତ ହୋଇଛି ୮ ଟି ବିଧେୟକ ସେଥିମଧ୍ୟରୁ ୭ ଟି ବିଧେୟକ ପାରିତ ହୋଇଥିବା ସୂଚନା ରହିଛି । ଏଥର ଅଧିବେଶନରେ ୨୧ ଟି ବିଭାଗର ଖର୍ଚ୍ଚ ଦାବି ଉପରେ ହୋଇଥିଲା ଆଲୋଚନା । ରାଷ୍ଟ୍ରପତି ମୁର୍ମୁଙ୍କ ପାଇଁ ଗୃହରେ ସଂକଳ୍ପ ଗୃହୀତ ହୋଇଥିଲା ।