ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର -ଭାରତ ର ୧୫ଦଶ ତମ ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ତେବେ ଜଣେ ଓଡ଼ିଆ ରାଷ୍ଟ୍ରପତି ହୋଇଥିବାରୁ ତାଙ୍କର ଖାଦ୍ୟ ପାନୀୟ କୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ସମୟରେ ନୂଆ ରାଷ୍ଟ୍ରପତି ଙ୍କ ସହ ରାଇସିନା ହିଲ ଖାଦ୍ୟ ମେନ୍ୟୁ ରେ ମଧ୍ୟ ନୂଆ ପରିବର୍ତ୍ତନ ଆସିଥାଏ । ତେବେ ଶ୍ରୀମତୀ ମୁର୍ମୁ ଙ୍କ ଖାଦ୍ୟ ପାନୀୟ ପାଇଁ ରାଷ୍ଟ୍ରପତି ମେନ୍ୟୁ ରେ ଓଡ଼ିଆ ଖାଦ୍ୟ କୁ ପ୍ରାଧାନ୍ୟ ଦିଆ ଯାଇଛି।
ସେ ଜଣେ ଶୁଦ୍ଧ ଶାକାହାରୀ ହୋଇଥିବାରୁ ତାଙ୍କ ଖାଦ୍ୟ ରେ ପଖାଳ, ସଜନସାଗ, ଆଳୁ ଭର୍ତ୍ତା,ଏହି ସବୁ କୁ ଯୋଡିବା ସହ ମିଠା ରେ ନୟାଗଡ଼ ଛେନାପୋଡ଼ କୁ ପ୍ରାଧାନ୍ୟ ଦିଆ ଯାଇଛି । ରାଷ୍ଟ୍ରପତି ଙ୍କ ରୁଚି ଓ ବ୍ୟକ୍ତିଗତ ପସନ୍ଦ କୁ ନଜର ରେ ରଖି ଏହି ସବୁ ଖାଦ୍ୟ ଓ ମିଠା ମାନଙ୍କୁ ଯୋଡ଼ା ଯାଇଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ବିଶ୍ଵ ଦରବାର ରେ ଓଡ଼ିଆ ମାନଙ୍କ ଖାଦ୍ୟ ପୂର୍ବରୁ ଚର୍ଚ୍ଚା ସାଉଁଟି ଥିବା ବେଳେ ବର୍ତ୍ତମାନ ଛେନାପୋଡ଼ ମଧ୍ୟ ବିଶ୍ୱବାସୀଙ୍କର ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି । ଯଦି ରାଷ୍ଟ୍ରପତି ମେନ୍ୟୁ ରେ ଛେନାପୋଡ଼ ଯୋଡ଼ି ହୁଏ ତାହେଲେ ଆଗାମୀ ଦିନ ରେ ଆନ୍ତର୍ଜାତୀୟ ସ୍ତର ରେ ଛେନାପୋଡ଼ ର ଚାହିଦା ବଢିବା ସହ ବିଶ୍ଵ ଦରବାର ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି ।