ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର- ବହୁ ଚର୍ଚ୍ଚିତ ବାବୁଶାନ ଓ ପ୍ରକୃତି ମାମଲା ରେ ଆଗକୁ କଣ ହେବ ସେ ନେଇ ଫ୍ୟାନ୍ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା ବେଳେ ଆଜି ହେଉଛି ବାବୁଶାନ ଙ୍କ ଜନ୍ମଦିନ । ରାତି ରୁ ଡେରା ପକାଇ ବାବୁଶାନ ଙ୍କ ଘର ସାମ୍ନାରେ ବସିଛନ୍ତି ଗଣମାଧ୍ୟମ ଓ ଫ୍ୟାନ୍ସ । କେକ୍ ଓ ଫୁଲତୋଡା ଧରି ଲାଇନ୍ ଲାଗିଛି ପ୍ରଶଂସକ ମାନଙ୍କର ।
ଆଜି ସକାଳୁ ବାବୁଶାନ ତାଙ୍କ ମା ଅପରାଜିତା ଙ୍କ ସହ ଖାରବେଳନଗର ଥାନା ଯାଇଥିଲେ ଓ ପୋଲିସ୍ ତଦନ୍ତରେ ସାହାଯ୍ୟ କରିଥିଲେ । ତେବେ ଗତକାଲି ରାତିରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିଲେ କି କାଲି ଆପଣ ଆପଣଙ୍କ ସ୍ତ୍ରୀ ଙ୍କ ସହ ଜନ୍ମଦିନ ପାଳନ କରି ବେ କରିବେ କି ନାଇଁ , ସେତେବେଳେ ବାବୁଶାନ କହିଥିଲେ କି ମୁଁ ମୋ ସ୍ତ୍ରୀ ଓ ପୁଅ ସହ ଜନ୍ମଦିନ ପାଳନ କରିବି ।
ତେବେ କଣ ତୃପ୍ତି ଙ୍କୁ ଆଜି କ୍ଷମା ମାଗିବେ କି ବାବୁଶାନ? ଜନ୍ମଦିନ ରେ ଫ୍ୟାନ୍ ମାନଙ୍କୁ ଦେବେ କି ଖୁସିଖବର? ସ୍ତ୍ରୀ ଙ୍କୁ ଭୁଲ ମାଗି ପୁଣିଥରେ ଆରମ୍ଭ କରିବେ କି ସୁନାର ସଂସାର?