ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ମ୍ୟାଗି ସହିତ ଟମାଟୋ ମିଶାଇ ଖାଇବା ଦ୍ବାରା ଏକ ୨୭ ବର୍ଷୀୟ ମହିଳାଙ୍କର ମୃତ୍ୟୁ ଘଟିଛି। ମ୍ୟାଗି ତିଆରି କରିବା ସମୟରେ ମହିଳା ଜଣକ ଟମାଟୋ ମ୍ୟାଗି ପାଇଁ ବ୍ୟବହାର କରିଥିଲେ ଯେଉଁଥିରେ ମୂଷା ବିଷ ଲାଗିଥିଲା। ଏହି ଘଟଣା ମୁମ୍ବାଇର ମାଲାଡର ପାସ୍କାଲ ୱାଡି ଅଞ୍ଚଳରେ ଘଟିଛି।
ପୋଲିସ କହିଛି ଯେ ରେଖା ନାମକ ଏହି ମହିଳା ଜଣକ ଜୁଲାଇ ୨୧ ରେ ଘରେ ମୂଷା ମାରିବା ପାଇଁ ଟମାଟୋ ବ୍ୟବହାର କରିଥିଲେ। ପରଦିନ ସେ ହଠାତ୍ ସେହି ଟମାଟୋକୁ ତାଙ୍କ ନୁଡୁଲ୍ସରେ ବ୍ୟବହାର କରି ଦେଇଥିଲେ । ଟିଭି ଦେଖିବା ସମୟରେ ସେ ଅନ୍ୟମନ୍ସକ ଭାବରେ ଏହା କରିଥିଲେ।
ସେ ମ୍ୟାଗି ଖାଇବା ପରେ ଘଣ୍ଟା ଘଣ୍ଟା ଧରି ବାନ୍ତି କରିବା ଆରମ୍ଭ କରିଥିଲେ। ତାଙ୍କ ସ୍ୱାମୀ ଏବଂ ଭାଉଜ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବୁଧବାର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମହିଳାଙ୍କ ମୃତ୍ୟୁ ଘଟିଛି।