ସନଷ୍ଟାର ଟିଭି ବ୍ୟୁରୋ
-
ପିଏଫଆଇକୁ ରାଲିପାଇଁ ମିଳିଲା ନାହିଁ ଅନୁମତି
-
ଅନୁମତି ପ୍ରତ୍ୟାଖାନ କଲା ଦିଲ୍ଲୀ ପୋଲିସ
-
ରାଲି ରୋକି ପାଇଁ ଦାବି କରିଥିଲା ବିଶ୍ବ ହିନ୍ଦୁ ପରିଷଦ
ରିପୋର୍ଟ: ପପୁରାଲ ଫ୍ରଣ୍ଟ ଅଫ ଇଣ୍ଡିଆ, ଏହା ଏକ ଚରମପନ୍ଥୀ ଇସଲାମିକ ସଙ୍ଗଠନ ଯାହା ୨୦୦୬ରେ ନ୍ୟାସନାଲ ଡେଭ୍ଲପମେଣ୍ଟ ଫ୍ରଣ୍ଟର ଉତ୍ତରାଧିକାରୀ ଭାବେ ଗଠିତ ହୋଇଥିଲା। ଏହି ସଙ୍ଗଠନ ଦଳିତ,ଆଦିବାସୀ, ସଂଖ୍ୟା ଲଘୁଙ୍କ ହକ୍ ପାଇଁ ସ୍ବର ଉତ୍ତୋଳନ କରେ ବୋଲି ସ୍ବୟଂ ନିଜ ଭିତରେ ଯୁକ୍ତିବାନ୍ଧେ । ଏହା ଇସଲାମିକ ସଙ୍ଗଠନ ହୋଇଥିବା ବେଳେ ଏହା ମୁସଲମାନ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାର ଉପରେ ମଧ୍ୟ ସ୍ବର ଉତ୍ତୋଳନ କରିଥାଏ। ଏହି ସଙ୍ଗଠନ ଏତେ ସକ୍ରିୟ ଅଛି ଯେ ପୁରା ଦେଶର ୨୩ଟି ରାଜ୍ୟରେ ପ୍ରାୟ ୫ଲକ୍ଷରୁ ଅଧିକ ସଦସ୍ୟ ଏଥିରେ ସାମିଲ ଅଛନ୍ତି। ଏହାର ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀର ଶାହିନବାଗରେ ରହିଛି।
ଏହି ସଙ୍ଗଠନ ହିଜାବ ବିବାଦ,ଶାହିନବାଗରେ ସିଏଏ ବିରୁଦ୍ଧରେ ପ୍ରଦର୍ଶନ,ବାବରି ମସଜିଦ ଘଟଣା,ଚାଷୀ ଆତ୍ମହତ୍ୟା, କେରଳରେ ଚର୍ଚ୍ଚ ଉପରେ ହୋଇଥିବା ବିବାଦ ଆଦି ଅନେକ ବିବାଦରେ ମୋର୍ଚ୍ଚା ବାହାର କରିଥିଲା। ତେବେ ଏହା ଲୋକଲୋଚନକୁ ସେତେବେଳେ ଆସିଲା ଯେତେବେଳେ ଦିଲ୍ଲୀର ରାମଲୀଲା ମୈଦାନରେ ପିଏଫଆଇ ନ୍ୟାସନାଲ କନଫରେନ୍ସ ର ଆୟୋଜନ କରିଥିଲା । ଏହି କନଫରେନ୍ସରେ ଅଧିକ ଲୋକ ମାନେ ମଧ୍ୟ ସାମିଲା ହୋଇଥିଲେ ,ଯାହା ଲୋକମାନଙ୍କ ସମର୍ଥନକୁ ମଧ୍ୟ ବହୁ ମାତ୍ରାରେ ସୂଚାଇଥିଲା।
କାହିଁକି ବିବାଦରେ ପିଏଫଆଇ?
ନିଜକୁ ନ୍ୟାୟ, ସ୍ବତନ୍ତ୍ରତାର ପରିଚୟ ଦେଉଥିବା ପିଏଫଆଇ ଉତ୍ତରପ୍ରଦେଶରେ ହୋଇଥିବା ସିଏଏ ହିଂସାର ମୁଖ୍ୟଧାର ବୋଲି ଆଲୋଚନା ହୋଇଥିଲା। ୨୦୨୧ ରେ ଏହି ସଙ୍ଗଠନକୁ ବ୍ୟାନ କରିବା ପାଇଁ ମଧ୍ୟ ଆଦେଶ ଦିଆଯାଇଥିଲା। ପିଏଫଆଇ ର ବିଭିନ୍ନ ସ୍ଥାନରେ ଯାଞ୍ଚ ସମୟରେ ମଧ୍ୟ ବିଭିନ୍ନ ସ୍ଥାନରୁ ଅସ୍ତ୍ରଶସ୍ତ୍ର ,ବମ୍ ଆଦି ଅନେକ ଆତଙ୍କ ଉପୁଜାଉ ଥିବା ସାମଗ୍ରୀ ବିପୁଳ ମାତ୍ରାରେ ଜବତ ହୋଇଥିଲା। କେବଳ ଏତିକି ନୁହେଁ ପିଏଫଆଇର ତାଲିବାନ , ସିରିଆ ସହିତ ମଧ୍ୟ ଜଡିତ ଥିବାର ଅନେକ କାଗଜପତ୍ର ଏବଂ ସିଡି ଜବତ ହୋଇଥିଲା।
ସେପଟେ ପିଏଫଆଇ ନ୍ୟାସନାଲ ସେକ୍ରେଟେରୀ ଅନିଶ ଅହମଦ ଏକ ସାକ୍ଷାତକାରରେ କହିଥିଲେ ଯେ ଆମେ କେବେ ବି ସାମ୍ପ୍ରଦାୟୀକ ଭାବକୁ ପ୍ରାଧାନ୍ୟ ଦେଇ ନାହୁଁ। ସର୍ବଦା ଲୋକମାନଙ୍କର ସ୍ବର ହେବାକୁ ଚେଷ୍ଟା କରିଛୁ। ଯେଉଁ ଠାରେ ଲୋକମାନେ ତାଙ୍କର ଅଧିକାର ପାଇଁ ଲଢ଼ିବାକୁ ଚାହିଁଛନ୍ତି ପିଏଫଆଇ ସର୍ବଦା ତାଙ୍କ ସହିତ ଛିଡା ହୋଇଛି। କିନ୍ତୁ କେନ୍ଦ୍ରସରକାର ଆମ ଉପରେ ଅନେକ ଆରୋପ ଲଗାଉଛି କିନ୍ତୁ ଏହାର ସତ୍ୟସତ ବର୍ତ୍ତମାନ ସୁଦ୍ଧା ପ୍ରମାଣିତ ହୋଇ ପାରିନାହିଁ। ପିଏଫଆଇ ସମାଜ ପାଇଁ କାମ କରୁଛି ଏବଂ ଏହି ସଙ୍ଗଠନ ତାର କାର୍ଯ୍ୟ ଆଗକୁ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି।
ପିଏଫଆଇ ବନାମ ବିଶ୍ବ ହିନ୍ଦୁ ପରିଷଦ
ତେବେ ଆଜି ପିଏଫଆଇ ଦ୍ବାରା ଏକ ରାଲିର ଆୟୋଜନ କରାଯାଇଥିବା ବେଳେ ଏହାକୁ ବନ୍ଦ କରିବାକୁ ପୋଲିସ ନିର୍ଦ୍ଦେଶ ଦେଇଥିଲା। ବିନା ଅନୁମତିରେ ରାଲି କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ଯାହଫଳରେ ଏହି ରାଲି କୁ ପିଏଫଆଇ ବନ୍ଦ କରିଛି। ବର୍ତ୍ତମାନର ସ୍ଥିତିରେ ବିଶ୍ୱ ହିନ୍ଦୁ ପରିଷଦ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆକୁ ଖୁବ ବିରୋଧ କରୁଛି। ଦିଲ୍ଲୀ ପୋଲିସ କମିଶନରଙ୍କୁ ଚିଠି ଲେଖି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋଡିଛି। ପିଏଫଆଇ ସଂସ୍ଥା ସମଗ୍ର ଦେଶରେ ସନ୍ଦେହଜନକ କାର୍ଯ୍ୟକଳାପ ଚଳାଉଛି । ଦେଶର ଅନେକ ହିଂସାତ୍ମକ ଘଟଣାରେ ଏହାର ସମ୍ପୃକ୍ତି ଅଛି ବୋଲି ଅନେକ ରାଜ୍ୟରେ ତଦନ୍ତ ମଧ୍ୟ ଚାଲିଛି। ତେଣୁ ଏହା ଏହା ବିରୋଧରେ ସଠିକ୍ ପଦକ୍ଷେପ ନିଆଯାଉ ବୋଲି ହିନ୍ଦୁ ସଂଗଠନ ଦାବି କରିଛି। ଏବଂ ଆଜିର ରାଲି ରୋକିବାକୁ ମଧ୍ୟ ହିନ୍ଦୁ ସଂଗଠନ ଦାବି କରିଥିଲା।
ସୂଚନା ମୁତାବକ ଏହା ପ୍ରଥମ ଘଟଣା ନୁହେଁ ଯେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏହାର ଫ୍ଲାଗସିପ୍ ଇଭେଣ୍ଟ ‘ସେଭ୍ ରିପବ୍ଲିକ୍’ମଧ୍ୟ ଆଗରୁ ଆୟୋଜନ କରିଥିଲା। ଏଭଳି ଏକ ରାଲି ଚଳିତ ବର୍ଷ ମେ ୨୧ରେ କେରଳର ଆଲାପୁଜା ଜିଲ୍ଲାରେ ମଧ୍ୟ ଆୟୋଜିତ ହୋଇଥିଲା। ଶନିବାର (ଜୁଲାଇ ୩୦) ରେ ଜାତୀୟ ରାଜଧାନୀରେ ଏକ ରାଲି କରିବା ପାଇଁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର ଅନୁରୋଧକୁ ପୋଲିସ ପ୍ରତ୍ୟାଖ୍ୟାନ କରିଛି।
ଏହି କାର୍ଯ୍ୟକ୍ରମ ଦିଲ୍ଲୀର ଆମ୍ବେଦକର ଭବନରେ ଅନୁଷ୍ଠିତ ହେବାର ଥିଲା। ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା, ‘ସେଭ୍ ରିପବ୍ଲିକ୍।’ ଯଦି ଆବଶ୍ୟକ ଅନୁମତି ନଥାଇ ରାଲି ଆୟୋଜନ କରିବାକୁ ଚେଷ୍ଟା କରାଯାଏ ତେବେ ଏହି ଇସଲାମବାଦୀ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଚେତାବନୀ ଦେଇଥିଲା।
ଦେଶରେ ହେଉଥିବା ହିଂସା ଘଟଣାରେ ପିଏଫଆଇର ଭୂମିକା ଥିବାର ଆଲୋଚନା ହେଉଥିବା ବେଳେ ବର୍ତ୍ତମାନ ଅନୁସନ୍ଧାନକାରୀ ଏଜେନ୍ସି ଏହାକୁ ତଦାରଖ କରୁଛି , ଏହା ସହିତ ଏହି ସମୟରେ ଏହାକୁ ରାଜ୍ୟବ୍ୟାପି ବନ୍ଦ କରିବାକୁ ମଧ୍ୟ ଆଲୋଚନା ଚାଲିଛି।