ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବଜାରର କୌଣସି ଜିନିଷ ଆଣିଲେ ଆମେ ଦୋକାନିକୁ ରସିଦ ମାଗିବା ହେଉଛି ଆମର ଅଧିକାର। ରାଜ୍ୟକୁ ରାଜସ୍ବ ଯୋଗାଇବାରେ ମଦ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କେବଳ ଏତିକି ନୁହେଁ ଆଜି କାଲି ମଦ ପାନ କରୁଥିବା ଲୋକମାନଙ୍କ ସଂଖ୍ୟା ମଦ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ମଦ କାରଣରୁ ପରିବାର ମଧ୍ୟରେ ବିବାଦ ମଧ୍ୟ ବଢ଼ୁଛି। ବର୍ତ୍ତମାନ ସମୟରେ ଅଧିକ ଜନଗହଳି ଓ ମନ୍ଦିର ନିକଟରେ ମଧ୍ୟ ମଦ କାଉଣ୍ଟର ଖୋଲା ଯାଉଛି। ଯାହାର ପ୍ରଭାବରେ ସେଠାକାର ପରିବେଶ ନଷ୍ଟ ହେଉଛି। ତେଣୁ ଆଜି ବିଧାନସଭା ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେପି ଉପ ନେତା ବିଷ୍ଣୁ ସେଠୀ। ବିଷ୍ଣୁ ସେଠୀ କହିଥିଲେ ଯେ ମନ୍ଦିର ହେଉ ଅବା ଜନଗହଳି ସ୍ଥାନ ମଦ ଦୋକାନ ଏହି ସବୁ ସ୍ଥାନ ଠାରୁ କେତେ ଦୂରରେ ହେବା ଉଚିତ୍? ଏହା ସହିତ ସେ ପ୍ରଶ୍ନ କରିଥିଲେ ମଦ କିଣିଲେ ତାହାର ରସିଦ ଦେବାର କିଛି ବ୍ୟବସ୍ଥା ଅଛି କି ନାହିଁ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅବକାରୀ ମନ୍ତ୍ରୀ ଅଶ୍ଵିନୀ ପାତ୍ର ଉତ୍ତରରେ କହିଥିଲେ ଯେ କୌଣସି ଜିନିଷ କିଣିଲେ ରସିଦ ଦେବା ର ବ୍ୟବସ୍ଥା ଅଛି। କିନ୍ତୁ ଏହା ନିର୍ଭର କରେ ଗ୍ରାହକ ମାନଙ୍କ ଉପରେ ସେ ରସିଦ ନେବେ କି ନାହିଁ।