ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ହେଉଛି ବ୍ୟାଘ୍ର ଦିବସ। ପ୍ରତିବର୍ଷ ଜୁଲାଇ ୨୯ରେ ଆନ୍ତର୍ଜାତୀୟ ଟାଇଗର ଦିବସ ପାଳନ କରାଯାଏ କାରଣ ୨୦୧୦ମସିହାରେ ଏହି ଦିନ ୠଷର ସେଣ୍ଟ ପିଟର୍ସବର୍ଗରେ ଆନ୍ତର୍ଜାତୀୟ ଟାଇଗର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପ୍ରକୃତିର ଅନନ୍ୟ ଉପହାର ହେଉଛି ଏଠାରେ ବସ ବାସ କରୁଥିବା ପ୍ରାଣୀ। କିନ୍ତୁ ବର୍ତ୍ତମାନ ସ୍ବାର୍ଥପର ଦୁନିଆରେ ଲୋକମାନେ ନିଜ ସ୍ବାର୍ଥ ପାଇ ବନ୍ୟଜୀବଜନ୍ତୁ ମାନଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି। ଯାହାଫଳରେ ଦେଶରେ ଏହି ବନ୍ୟପ୍ରାଣୀ ମାନଙ୍କ ସଂଖ୍ୟା କମିବାରେ ଲାଗିଲାଣି। ଆଜି ବିଧାନ ସଭା ଗୃହରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି। ରାଜ୍ୟରେ କମୁଥିବା ବ୍ୟାଘ୍ର ସଂଖ୍ୟାକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି। ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ବିଧାୟକ କହିଛନ୍ତି ଯେ ୨୦୦୬ ରେ ରାଜ୍ୟରେ ୧୧୧ ଟି ବାଘ ଥିଲେ। ଯାହାକି ସମୟକ୍ରମେ ୨୦୦୮ରେ ୨୮ରେ ପହଞ୍ଚିଛି। ଯାହାକି ବାସ୍ତବରେ ଚିନ୍ତାଜନକ ବିଷୟ। କାରଣ ବାଘ ହେଉଛି ଆମର ଜାତୀୟ ପଶୁ। କିନ୍ତୁ ରାଜ ସରକାର ଏହା ଉପରେ ଅଧିକ ଗୁରୁତ୍ବ ଦେଉ ନାହାନ୍ତି। ଯାହାଫଳରେ ଶୀକାରି ମାନେ ତାଙ୍କର ପାର୍ଦୁଭାବ ବିସ୍ତାର କରିବାରେ ଲାଗିଛନ୍ତି। ଯାହା ଆମ ପାଇଁ ମଧ୍ୟ ଏକ ଲଜ୍ୟାର ବିଷୟବସ୍ତୁ ଅଟେ।
ସେହିପରି ନନ୍ଦନକାନନରେ ପଶୁପକ୍ଷୀଙ୍କ ସଂଖ୍ୟା ମଧ୍ୟ କମିବା ଲାଗିଛି । ତେଣୁ ସରକାର ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଶୂନ୍ୟକାଳରେ ଦାବି ଉଠାଇଲେ ବିଧାୟକ ସୁର ରାଉତ ରାୟ।