ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍। ଏହାରେ ପୁଞ୍ଜି ପତି ମାନେ ତାଙ୍କର ପୁଞ୍ଜି ନିବେଶ କରିବା ସହିତ ତାଙ୍କର ପ୍ରସ୍ତାବକୁ ମଧ୍ୟ ଉପସ୍ଥାପନା କରିଥାଆନ୍ତି। ମେକ୍ ଇନ୍ ଓଡ଼ିଶାର ପ୍ରଥମ ସଂସ୍କରଣ ୨୦୧୬ ରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଓ ଦ୍ବିତୀୟ ସଂସ୍କରଣ ୨୦୧୮ ରେ ୪ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ସେଥି ମଧ୍ୟରୁ ୫୩ % ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି । ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ। ତେବେ ଆଜି ବିଧାନସଭା ଗୃହରେ ମଧ୍ୟ ଏହି ପ୍ରଶ୍ନ ଉଠିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଏହି ମେକ ଇନ ଓଡିଶା କନ୍କ୍ଲେଭ୍ ରେ ଓଡିଶାକୁ କେତେ ସଫଳତା ମିଳିଛି? ଏ ବାବଦରେ କେତେ ଅର୍ଥ ବ୍ୟୟ କରାଯାଇଛି ଏବଂ କେତେ ପୁଞ୍ଜି ଏହି ମେକ୍ ଇନ୍ ଓଡ଼ିଶାର କାର୍ଯ୍ୟକ୍ରମ ମାଧ୍ୟମରେ ଆସିଛି। ତେବେ ଏହି ପ୍ରଶ୍ନରେ ଉତ୍ତର ରଖିବାକୁ ଯାଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିଳ୍ପର ପ୍ରସାର ତଥା ପୁଞ୍ଜିନିବେଶ କୁ ଆକୃଷ୍ଟ କରି ଶିଳ୍ପ ସ୍ଥାପନ ପାଇଁ ୨୦୧୬ଓ ପରଠାରୁ ଅଦ୍ୟାବଧୂ ୨ ଟି ମେକ୍ ଇନ୍ ଓଡ଼ିଶାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୨୦୧୬ , ୨୦୧୮ ମସିହାରେ ରାଜଧାନୀ ଭୁବନେଶ୍ବର ଠାରେ ଆୟୋଜିତ କରାଯାଇଥିଲା । ୨୦୧୬ କାର୍ଯ୍ୟକ୍ରମ ଆୟୋଜନ କରିବାରେ ୨୧.୨୬ କୋଟି ଟଙ୍କା ଏବଂ ୨୦୧୮ କାର୍ଯ୍ୟକ୍ରମ ପାଇଁ ୩୩.୭୦ କୋଟି ଅର୍ଥ ବ୍ୟୟ କରାଯାଇଥିଲା ।
ଏହା ସହିତ ୨୦୧୬ ମେକ୍ ଇନ୍ ଓଡ଼ିଶାର କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ଶିଳ୍ପସ୍ଥାପନ ପାଇଁ ୮୪ ଟି ଆଗ୍ରହ ପ୍ରସ୍ତାବ ୨,୦୩,୨୩୫ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଥିଲା । ଏହା ମାଧ୍ୟମରେ ୧.୩୭,୬୩୪ ଟି ନିଯୁକ୍ତିର ଆକଳନ କରାଯାଇଥିଲା। ଏହା ସହ ୨୦୧୮ ମେକ୍ ଇନ୍ ଓଡ଼ିଶାର କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପର ବିଭିନ୍ନ କ୍ଷେତ୍ରରେ ଶିଳ୍ପ ସ୍ଥାପନ ପାଇଁ ୨୦୨ଟି ଆଗ୍ରହ ପ୍ରସ୍ତାବ ୪,୨୩,୧୧୪.୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଥିଲା । ଏହା ମାଧ୍ୟମରେ ୫,୯୧,୮୪୭ ଟି ନିଯୁକ୍ତିର ଆକଳନ କରାଯାଇଥିଲା ।
ତେବେ ସୂଚନା ମୁତାବକ ୨ ଟି କାର୍ଯ୍ୟକ୍ରମ ଦ୍ବାରା ୧୬ ଟି ବୃହତ୍ତ ପ୍ରକଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଇଛନ୍ତି । ଏହା ମାଧ୍ୟମରେ ୫୬୭୪.୫୬ କୋଟି ଟଙ୍କାର ପୁଞ୍ଜିନିବେଶ ରେ ୫୮୭୮ ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇବା ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି।