ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗତକାଲି ବିଧାନ ସଭାରେ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଛି। ସ୍ମାର୍ଟ ସିଟି ଭାବେ କୁହାଯାଉଥିବା ଭୁବନେଶ୍ବରରେ ନାହିଁ ନଥିବା ଅସୁବିଧାର ଲମ୍ବା ତାଲିକା ରହିଛି। ଏହି ତାଲିକାରେ ସ୍ବେରେଜ ଠାରୁ ଆରମ୍ଭ କରି ଡ୍ରେନେଜ ସବୁ ବ୍ୟବସ୍ଥାର ଅବସ୍ଥା ବର୍ତ୍ତମାନ ଶୋଚନୀୟ। ସ୍ମାର୍ଟ ସିଟି କେବଳ ନାମକୁ ମାତ୍ର। ଏଠାରେ ଅସରାଏ ପାଣି ହେଲେ ରାଜଧାନୀ ଭାସୁଛି। ତେବେ କୌଣସି ମାଷ୍ଟର ପ୍ଲାନ ନଥିଲେ ରାଜଧାନୀର ରୂପ କୁ କିଭଳି ପରିବର୍ତ୍ତନ କରାଯାଇ ପାରିବ ଏହାକୁ ନେଇ ବିଧାନସଭା ଗୃହରେ ପ୍ରଶ୍ନ ଉଠାଇଛନ୍ତି ଶାସକ ଦଳର ବିଧାୟକ ତଥା ରାଉକେଲାର ବିଧାୟକ ଶାରଦା ପ୍ରସାଦ ନାୟକ। ବିଧାୟକ କହିଛନ୍ତି ସ୍ମାର୍ଟ ସିଟି ବୋଲି କୁହାଯାଉଥିବା ବେଳେ ଏହାର କିଭଳି ସାମୂହିକ ବିକାଶ ହୋଇପାରିବ ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ। ସ୍ମାର୍ଟ ସିଟି କରାଇବା ପାଇଁ ଅନେକ ସ୍ମାର୍ଟ ଯୋଜନା ରାଜ୍ୟ ସରକାର କରିଛନ୍ତି ଯେଉଁ ଭଳି ସ୍ମାର୍ଟ ଏନର୍ଜି, ସ୍ମାର୍ଟ ବିଲଡିଙ୍ଗ,ସ୍ମାର୍ଟ ଏନଭରମେଣ୍ଟ, ସ୍ମାର୍ଟ ଟ୍ରାନ୍ସପୋଟେସନ,ସ୍ମାର୍ଟ ଆଇଟି କମ୍ୟୁନିକେସନ ,ସ୍ମାର୍ଟ ଏଡୁକେସନ ଅନେକ ଅଛି। କିନ୍ତୁ ଡ୍ରେନେଜ ବ୍ୟବସ୍ଥା ପାଇଁ ମାଷ୍ଟରପ୍ଲାନ କେଉଁଠି ଅଛି? ବିନା ମାଷ୍ଟରପ୍ଲାନରେ ପୌରାଞ୍ଚଳର ବିକାଶ କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ?
ଏହା ସହିତ ବିଧାୟକ କହିଛନ୍ତି ଯେ ସ୍ମାର୍ଟ ସିଟି ଯୋଜନାରେ କେନ୍ଦ୍ର ଅଧିକ ଅନୁଦାନ ଦେବା ଆବଶ୍ୟକ। ଏହା ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ ରହିଛି। ସର୍ବକ୍ଷମା ଅଭିଯାନ ରହିଛି କିନ୍ତୁ ତାହାକୁ ଆହୁରି ସରଳୀକୃତ କରାଯିବା ଦରକାର ବୋଲି ବିଧାୟକ କହିଛନ୍ତି।
ଏହା ସହିତ ବସ୍ତିବାସିନ୍ଦା ମାନଙ୍କୁ ଯେପରି ଜୋରଜବରଦସ୍ତି ହଟାଇ ଦିଆଯାଉଛି ସେମାନଙ୍କୁ ରହିବାକୁ ସ୍ଥାନ ଦିଆଯାଉ ନାହିଁ, ଏବଂ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନା , ରାଜୀବ ଆବାସ ଯୋଜନା ଆଦି ବର୍ତ୍ତମାନ ସମୟରେ କେତେ ସୁଫଳଦାୟୀ ତାହା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶେଷ ରେ ବିଧାୟକ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଉଥିବା ପୌରଞ୍ଚାଳ ବ୍ୟବସ୍ଥାକୁ ମଧ୍ୟ ଭୂଷୟ ପ୍ରଶଂସା କରିଛନ୍ତି। ଆଜି ପୁରୀ ରେ ଯେପରି ୨୪ ଘଣ୍ଟା ଡ୍ରିଙ୍କ ଫ୍ରର୍ମ ଟ୍ୟାପ ରେ ପାଣି ଯୋଗାଇ ଦିଆଯାଉଛି, ପରିବହନ ଠାରୁ ଅଳିଆ ଆବର୍ଜନା ସଂଗ୍ରହ ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆଜି ବାସ୍ତବ ରୂପଧାରଣ କରିଛି ତାହା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।