ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ମୁଁ ଯାହା କହିଛି ତାହା ପାଇଁ ମୁଁ ମହାମହିମ ରାଷ୍ଟ୍ରପତିଙ୍କୁ ଭୁଲ ମାଗିବି କିନ୍ତୁ କୁମ୍ଭୀର କାନ୍ଦଣା କରୁଥିବା ଏହି ଗୃହର ସଦସ୍ୟମାନଙ୍କୁ କହିବାକୁ ମୋ ପାଖରେ କିଛି ନାହିଁ। ଆଦିବାସୀ ମହିଳା ବୋଲି କହି କେବଳ ସେମାନେ ଛଳନା କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ। ଏହା ସହିତ ଅଧୀର କହିଛନ୍ତି ଗୋଟିଏ ମହିଳା ପାଇଁ ଏତେ ଚିତ୍କାର କରୁଥିବା ଏହି ଦଳ ନିର୍ବାଚନ ସମୟରେ ସୋନିଆ ଗାନ୍ଧୀଙ୍କୁ କିପରି ବ୍ୟବହାର କରିଛି ତାହା ମଧ୍ୟ ସମସ୍ତେ ଜାଣିବା ଆବଶ୍ୟକ। କେବଳ ଏତିକି ନୁହେଁ ଶଶି ଥରୁର ଙ୍କ ସ୍ତ୍ରୀ ରେଣୁକା ଚୌଧୁରୀଙ୍କ ଉପରେ କିପରି ଲାଞ୍ଛନ ଲଗାଯାଇଥିଲା ତାହା ମଧ୍ୟ ସାକ୍ଷୀ ଅଛି। ଗୋଟିଏ ଦଳ କିମ୍ବା ସେନା ଭାବରେ ଯୁକ୍ତି କରିଲେ କୌଣସି ସମସ୍ୟାର ସମାଧାନ ହୋଇ ଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି ଅଧୀର। ମୋ ମୁହଁରୁ ରାଷ୍ଟ୍ରପତ୍ନୀ ଭୁଲରେ ବାହାରି ଯାଇଥିଲା, ମୁଁ ଏ କଥାକୁ ସ୍ବୀକାର ମଧ୍ୟ କରୁଛି ଏହା ପାଇଁ ମୋତେ ଶୂଳୀରେ ଚଢ଼ିବାକୁ କହିଲେ ମଧ୍ୟ ମୁଁ କରିବି। କିନ୍ତୁ ଏହାକୁ ନେଇ ଗୃହରେ ରାଜନୀତି କରିବା କିଛି ଆବଶ୍ୟକ ନାହିଁ।
ଏହା ସହିତ ସେ ମୋଦୀ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେଉଁ ଆଦିବାସୀ ସମ୍ପ୍ରଦାୟ, ଆଦିବାସୀ ମହିଳାଙ୍କ ନାମ ଉଠାଇ ଏମାନେ ରାଜନୀତି କରୁଛନ୍ତି ସେମାନେ ଜାଣି ରଖିବା ଆବଶ୍ୟକ ମୋଦୀ ସରକାରଙ୍କ ସମୟରେ ହିଁ ଆଦିବାସୀ ସମ୍ପ୍ରଦାୟକୁ ସବୁଠାରୁ ଅଧିକ ଅଣ ଦେଖା କରାଯାଇଛି। ସେମାନଙ୍କ ବିକାଶ ପାଇଁ ମୋଦୀ ସରକାର କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ନାହାନ୍ତି। ଆଉ ରହିଲା ମୋର କଥା ମୁଁ ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ ନିଜେ ଲେଖିଛି, ମୁଁ ତାଙ୍କ ସହିତ ସାକ୍ଷାତକରି ସମସ୍ୟାର ସମାଧାନ କରିବି ବୋଲି ସାଂସଦ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।