ଭୁବନେଶ୍ୱର- ଭାରତ ରତ୍ନ ଏପିଜେ ଅବଦୁଲ କଲାମ । ତାମିଲନାଡୁ ର ଏକ ମୁସଲମାନ ପରିବାର ରେ ୧୯୩୧ ମସିହା ଅକ୍ଟୋବର ୧ ତାରିଖୋ ଜନ୍ମ । ପାଠପଢାରେ ଅତ୍ୟନ୍ତ ରୂଚି ସହ ଜଣେ ମେଧାବି ଛାତ୍ର । ପ୍ରାରମ୍ଭିକ ପର୍ଯ୍ୟାୟର ଶିକ୍ଷା ତିରୁଚେରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ ସ୍କୁଲ ରେ ହୋଇଥିଲା ଓ ପରେ ପରେ ଏରୋସ୍ପେସ୍ ଇଂଜିନିଅରିଂ ପଢିବା ପାଇଁ ମାଦ୍ରାସ ଯାଇଥିଲେ ।
ପାଠପଢା ସରିଲା ପରେ ଡିଆରଡିଓ ଚାକିରି କରିଥିଲେ । ସେ ବିକ୍ରମ ସାରାଭାଇ ଙ୍କୁ ନିଜର ଆଦର୍ଶ ବୋଲି ମାନୁଥିଲେ । ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ)କୁ ବଦଳି ହୋଇ ଆସିଥିଲେ । ସେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ । ବିଜ୍ଞାନ, ଅନୁସନ୍ଧାନ କ୍ଷେତ୍ରରେ ଅବଦୁଲ କଲାମଙ୍କଯୋଗଦାନ ପାଇଁ ତାଙ୍କୁ ‘ ଭାରତର ମିଶାଇଲ ମ୍ୟାନ୍’ ବୋଲି କୁହାଯାଏ ।
୨୦୧୫ ଜୁଲାଇ ୨୭ ତାରିଖରେ ଏକ ସଭାରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦଘାତରେ ଅବଦୁଲ କଲାମଙ୍କର ମହାପ୍ରୟାଣ ହୋଇଥିଲା ।