ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ମଙ୍କିପକ୍ସ ବର୍ତ୍ତମାନ ସମଗ୍ର ବିଶ୍ୱରେ ବ୍ୟାପିଗଲା। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ବିଶ୍ବର ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ତେବେ ଏହା ଯୌନ ଆଚରଣ ଦ୍ବାରା ବ୍ୟାପିଥାଏ କି ନାହିଁ ଏହାକୁ ନେଇ ଏବେ ଚିନ୍ତା ବଢ଼ିଚାଲିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଚୁମ୍ବନ, ସ୍ପର୍ଶ, ଏବଂ ଯୌନ କ୍ରିୟା ମାଧ୍ୟମରେ ବ୍ୟାପିଥାଏ। ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାର ଜଣେ ବରିଷ୍ଠ ପରାମର୍ଶଦାତା ଡ ଧୀରନ୍ ଗୁପ୍ତା ଯୌନ ସମ୍ପର୍କ ସମୟରେ ଏହି ଜୀବାଣୁ ବିସ୍ତାର କଥା ପ୍ରକାଶ କରିଛନ୍ତି। ସେ କହିଛନ୍ତି ମଙ୍କି ପକ୍ସ ଦ୍ବାରା ଯେଉଁ ବ୍ୟକ୍ତି ଆକ୍ରାନ୍ତ ଯଦି ସେ କାହା ସହିତ ଯୌନ ସମ୍ପର୍କରେ ରହୁଛନ୍ତି ତେବେ ଏହାବ୍ୟାପିଥାଏ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଯୌନ ସମୟରେ କପଡା କିମ୍ବା ବସ୍ତୁକୁ ସ୍ପର୍ଶ କରେ ତେବେ ସେ ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି ଯାହା ମଙ୍କିପକ୍ସ ଥିବା ବ୍ୟକ୍ତିଙ୍କ ଦ୍ବାରା ବ୍ୟବହୃତ ହୋଇଥିଲା । ଯେପରିକି ଶଯ୍ୟା, ତଉଲିଆ ଇତ୍ୟାଦି। ଏହା ସହିତ କଣ୍ଡମ ବ୍ୟବହାର କଲେ ମଧ୍ୟ ଜୀବାଣୁ ରୋକିବାରେ ସମର୍ଥ ହୋଇନଥାଏ ବୋଲି ଫୋର୍ଟିସ୍ ହସ୍ପିଟାଲର ନିର୍ଦ୍ଦେଶକ ତଥା ବରିଷ୍ଠ ପରାମର୍ଶଦାତା ଡ ମନୋଜ ଶର୍ମା କହିଛନ୍ତି। ତେବେ ଡକ୍ତର ମାନଙ୍କ ଠାରୁ ମିଳୁଥିବା ପ୍ରତିକ୍ରିୟା ହିସାବରେ ମଙ୍କିପକ୍ସ ରୋଗ ଯୌନ ସମ୍ବନ୍ଧ ଦ୍ବାରା ବ୍ୟାପିଥାଏ ବୋଲି ସୂଚନା ମିଳୁଛି।
ସୂଚନାମୁତାବକ ୭୫ ଟି ଦେଶରୁ ୧୬,୦୦୦ ରୁ ଅଧିକ ମାମଲା ଏପର୍ଯ୍ୟନ୍ତ ରେକର୍ଡ କରାଯାଇଛି। ଭାରତରେ ତିନୋଟି ମାମଲା ରିପୋର୍ଟ ହୋଇଛି ଯାହା ମଧ୍ୟରୁ ଦୁଇଟି କେରଳରୁ ଏବଂ ଗୋଟିଏ ଦିଲ୍ଲୀରୁ ବୋଲି ସୂଚନା ମିଳିଛି।