ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବିଧାନସଭାରେ ଚାଲିଥିବା ମୌସୁମୀ ଅଧିବେଶନରେ ଉଠିଲା କାଶିପୁର ପ୍ରସଙ୍ଗ। ବିରୋଧୀଙ୍କ କହିବା ଅନୁସାରେ କାଶିପୁର ବାସ୍ତବିକ ଚିତ୍ର ଗଣମାଧ୍ୟରେ ଦେଖାଯାଉଥିବା ଘଟଣା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାଶିପୁରର ଟିକିରି ଗ୍ରାମର ଦୃଶ୍ୟ ହୃଦୟବିଦାରକ ଅଟେ। ଦୂଷିତ ପାନୀୟ ଜଳ ଏବଂ ଉତ୍ତମ ଖାଦ୍ୟର ଅଭାବରେ ଏଭଳି ଘଟଣା ଘଟଛି ବୋଲି ବିରୋଧୀ ଏହାକୁ ଦର୍ଶାଇଛନ୍ତି। ଏହା ସହିତ ମୃତ୍ୟ ସଂଖ୍ୟାକୁ ମଧ୍ୟ ଲୁଚା ଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ। ତେବେ ଏହି କାଶିପୁର ଝାଡ଼ାବାନ୍ତି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀଙ୍କର କହିବା ଅନୁସାରେ ମୃତ୍ୟୁ ସଂଖ୍ୟା ବଢ଼ିଥାଇ ପାରେ । ମୋ ଅନୁଧ୍ୟାନ ସମୟରେ ମୃତ୍ୟୁ ସଂଖ୍ୟା ଯାହା ଥିଲା ଆମେ ରାଜ୍ୟବାସୀ ଙ୍କୁ ଅବଗତ କରିଥିଲୁ। ଏବେ ଏହା ବଢ଼ିଥାଇପାରେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାଶିପୁର ଉପରେ ତିଖ୍ ନିଖ୍ ନଜର ରଖାଯାଇଛି। ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ରହିଛି। ତେବେ ମୃତ୍ୟୁ ସଂଖ୍ୟା ୯ ନୁହେଁ ୧୪ ବୋଲି ଆସୁଥିବା ଅଭିଯୋଗକୁ ମୋତେ ଲିଖିତ ଭାବେ ଦେଲେ ଏହା ପ୍ରମାଣିତ ହେବ ବୋଲି କହିଛନ୍ତି ମନ୍ତ୍ରୀ।