ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ମୁର୍ମୁ ହେଉଛନ୍ତି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି, ଯେ କି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବେ। କେବଳ ଏତିକି ନୁହେଁ ଜଣେ ଆଦିବାସୀ ମହିଳା ହିସାବରେ ସେ ପ୍ରଥମ ଅଟନ୍ତି।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା। ମୋର ନିର୍ବାଚନ ହେଉଛି ପ୍ରମାଣ ଯେ ଭାରତର ଗରିବ ଲୋକ ସ୍ୱପ୍ନ ଦେଖି ସେମାନଙ୍କୁ ସାକାର କରିପାରିବେ। ମୋର ଏହି ନିର୍ବାଚନରେ, ଭାରତର ଆଜିର ଯୁବପିଢ଼ିଙ୍କୁ ନୂତନ ଦିଶଦର୍ଶନ ଦେଖାଇବ। ଆଜି ମୁଁ ଏପରି ପ୍ରଗତିଶୀଳ ଭାରତର ନେତୃତ୍ୱ ନେଇ ଗର୍ବିତ ଅନୁଭବ କରୁଛି। ତେବେ ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ,ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏବଂ ଅନେକ ମନ୍ତ୍ରୀ , ସାଂସଦ ଉପସ୍ଥିତ ଥିଲେ।