ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ବିରୋଧୀ ଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିନ୍ହାଙ୍କୁ ହରାଇ ଆଜି ଦେଶର ସବୋର୍ଚ୍ଚ ସାମ୍ବିଧାନିକ ପଦରେ ବସିଛନ୍ତି ମୁର୍ମୁ। ତେବେ ଆଜିର ଶପଥ ଗ୍ରହଣ ସମାରୋଧରେ ମୁର୍ମୁ ପ୍ରକାଶ କରିଛନ୍ତି ଯେ ଯେ ମୁଁ ଆଦିବାସୀ ସମାଜର, ଏବଂ ୱାର୍ଡ କାଉନସିଲରଙ୍କଠାରୁ ଭାରତର ରାଷ୍ଟ୍ରପତି ହେବାର ସୁଯୋଗ ପାଇଛି। ଏହା ହେଉଛି ଭାରତର ଗଣତନ୍ତ୍ରର ମହାନତା । ଏହା ହେଉଛି ଆମର ଗଣତନ୍ତ୍ରର ଶକ୍ତି ଯେ ଏକ ଗରିବ ଘରେ ଜନ୍ମ ହୋଇଥିବା ଝିଅ, ଦୂର ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇଥିବା ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ପହଞ୍ଚିପାରିଛି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ମୁଁ ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ମୋର ଜୀବନ ଯାତ୍ରା ଆରମ୍ଭ କରିଥିଲି। ମୁଁ ଯେଉଁ ପୃଷ୍ଠଭୂମିରୁ ଆସିଛି, ପ୍ରାଥମିକ ଶିକ୍ଷା ପାଇବା ମୋ ପାଇଁ ଏକ ସ୍ୱପ୍ନ ପରି ଥିଲା। କିନ୍ତୁ ଅନେକ ବାଧାବିଘ୍ନ ସତ୍ତ୍ବେ ମୋର ନିଷ୍ଠା ଦୃଢ଼ ଥିଲା। ଯାହା ପାଇଁ ମୁଁ ମୋ ଗ୍ରାମର ପ୍ରଥମ ଝିଅ ଯେ କଲେଜ ପାଠ ପଢ଼ିଲି। ଆଜି ମୁଁ ରାଷ୍ଟ୍ରପତି ହୋଇ ପାରିଛି , ଏହା ସମସ୍ତ ଗରିବ ମାନଙ୍କ ପାଇଁ ଏକ ଦିଗ୍ଦର୍ଶନ। କାରଣ ଏହାକୁ ଦେଖି ଆପଣ ମଧ୍ୟ ନିଜକୁ ସେତିକି ସକ୍ଷମ ଭାବି ପାରିବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ମନୋନୀତ ହୋଇଥିବାରୁ ମୁଁ ସମସ୍ତ ସାଂସଦ ତଥା ବିଧାନସଭା ସଦସ୍ୟଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣ ତାଙ୍କୁ ଶପଥ ଗ୍ରହଣ କରାଇଥିଲେ।