ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମହାଭାରତର ଏକ ଚରିତ୍ର ଉପରେ ଆଧାର କରି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତିଙ୍କ ନାମ ଦ୍ରୌପଦୀ ତାଙ୍କର ସ୍କୁଲ ଶିକ୍ଷକ ପ୍ରଦାନ କରିଥିଲେ। ଏକ ସାକ୍ଷାତକାରରେ ସେ ପ୍ରକାଶ କରିଥିଲେ ଯେ ତାଙ୍କ ସାଆନ୍ତାଲି ନାମ “ପୁଟି” ଥିଲା ଯାହାକି ବିଦ୍ୟାଳୟର ଜଣେ ଶିକ୍ଷକ ଦ୍ବାରା ଦ୍ରୌପଦୀ ଭାବରେ ପରିବର୍ତ୍ତିତ ହୋଇଛି।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, “ଦ୍ରୌପଦୀ ମୋର ମୂଳ ନାମ ନୁହେଁ। ଏହା ମୋର ଗୁରୁଙ୍କ ଦ୍ବାରା ଦିଆଯାଇଥିଲା । ସେ କହିଥିଲେ “ଶିକ୍ଷକ ମୋର ପୂର୍ବ ନାମକୁ ପସନ୍ଦ କରିନଥିଲେ ଏବଂ ଏହାକୁ ଭଲରେ ବଦଳାଇ ଦେଇଥିଲେ।ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ନାମ ଅନେକ ଥର ପରିବର୍ତ୍ତିତ ହୋଇଛି – “ଦୁର୍ପାଦୀ” ରୁ “ଡର୍ପଡି”।
ସେ କହିଛନ୍ତି ତାଙ୍କ ସମ୍ପ୍ରଦାୟରେ ଯଦି ଝିଅ ଜନ୍ମ ନେଉଥିଲା ତେବେ ସେ ଜେଜେମାଙ୍କର ସାଜ୍ଞା ବହନ କରେ ଆଉ ପୁଅ ହେଲେ ସେ ଜେଜେଙ୍କର ସାଜ୍ଞା ବହନ କରିଥାଆନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦ୍ରୌପଦୀଙ୍କର ନାମ ଦ୍ରୌପଦୀ ଟୁଡୁ ଥିଲା। ଏହାପରେ ସେ ବ୍ୟାଙ୍କ ଅଧିକାରୀ ଶ୍ୟାମ ଚରଣ ଟୁଡୁଙ୍କୁ ବିବାହ କରିବା ପରେ ତାଙ୍କର ନାମ ମୁର୍ମୁ ହୋଇଥିଲା। ଭାରତର ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବହୁ ଝଡ ଝଞ୍ଜା ଦେଇ ଗତି କରିଛନ୍ତି। ସେ ତାଙ୍କର ସାନ ପୁଅ ସିପୁନ୍ ବଡ ପୁଅ ଲକ୍ଷ୍ମଣ ଙ୍କୁ ହରାଇଥିଲେ। କେବଳ ଏତିକି ନୁହେଁ ପରବର୍ତ୍ତୀ ସମୟରେ ତାଙ୍କ ଭାଇ ଏବଂ ମାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେ ୨୦୧୪ ରେ ତାଙ୍କ ସ୍ୱାମୀ ଶ୍ୟାମ ଚରଣ ମଧ୍ୟ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିଲେ। ସେ କହିଛନ୍ତି, “ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ଭାବିଥିଲି ଯେ ମୁଁ ଯେକୌଣସି ସମୟରେ ମରିପାରେ। କିନ୍ତୁ ଭଗବାନଙ୍କର ଆର୍ଶୀବାଦ ସେ ଆଜି ଦେଶର ରାଷ୍ଟ୍ରପତି ହୋଇ ପାରିଛନ୍ତି।