ସନଷ୍ଟାର ଟିଭି ବ୍ୟୁରୋ
-
ପୁଣି ସେନା ସେନା ମୁହାଁ ମୁହିଁ
-
ପ୍ରକୃତ ଶିବସେନା କିଏ?
-
ସଂଖ୍ୟାଗରିଷ୍ଠତା କାହା ପାଖରେ?
ନୂଆଦିଲ୍ଲୀ: କିଛି ଦିନ ହେବ ଥମିଥିବା ବିବାଦ ପୁଣି ଥରେ ମୁଣ୍ଡ ଟେକିଲାଣି। ତେଜିଲାଣି ପୁଣି ମହାରାଷ୍ଟ୍ରର ମହାରାଜନୀତି। ମହାରାଷ୍ଟ୍ର ରାଜନୀତି ରେ ଏବେ ନିର୍ବାଚନ ଆୟୋଗଙ୍କର ଏଣ୍ଟ୍ରି। ନିଜକୁ ଶିବ ସେନା ବୋଲି ବାରମ୍ବାର କହି ହେଉଥିବା ଦୁଇ ଦଳଙ୍କୁ ଏବେ ଆୟୋଗଙ୍କର ନୋଟିସ। କହିଲେ ଉଭୟ ଦଳ ଦେଖାଇବେ ସଂଖ୍ୟାଗରିଷ୍ଠତାର ପ୍ରମାଣ। ଏହା ପରେ ଜଣା ପଡିଯିବ କିଏ ହେଉଛି ପ୍ରକୃତ ଶିବ ସେନା। ତେବେ ଏହାକୁ ନେଇ ଶୁଣାଣି ଆସନ୍ତା ଅଗଷ୍ଟ ୮ରେ ହେବ। ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଛନ୍ତି ଆୟୋଗ।
ଶିବ ସେନାରେ ବିଦ୍ରୋହ ହେବାପରେ ମହା ବିକାଶ ଅଗାଡି (MVA) ସରକାରର ପତନ ହୋଇଥିଲା। ଏକନାଥ ସିନ୍ଦେ ଜୁନ୍ ୩୦ ରେ ମହାରାଷ୍ଟ୍ରର ସିଏମ୍ ଭାବରେ ଶପଥ ଗ୍ରହଣ କରିଥିଲେ। ଏବଂ ଏହାପରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିଲେ। ସେବେଠାରୁ ସିନ୍ଦେ ଦାବି କରିଛନ୍ତି ଯେ ଅଧିକାଂଶ ବିଧାୟକ ତାଙ୍କ ସହିତ ଅଛନ୍ତି। ସେପଟେ ଉଦ୍ଧବ ଠାକରେ ମଧ୍ୟ ଠିକ ଏହା ଦାବି କରିଛନ୍ତି। ସେ କହିଛନ୍ତି ସେ ଦଳର ନାଁ, ଚିହ୍ନ ଉପରେ ଯଦି କୌଣସି ନିଷ୍ପତ୍ତି ନିଆଯାଉଛି ତେବେ ପ୍ରଥମେ ତାଙ୍କୁ ଜଣାଯାଉ।