ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଚଣ୍ଡିଗଡ଼ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବାସଭବନ ପରିସରରେ ମଇଳା କରିଥିବାରୁ ସହରର ମୁନସିପାଲ ସଂସ୍ଥା ତାଙ୍କୁ ୧୦,୦୦୦ ଟଙ୍କା ଜରିମାନା କରିଛି। ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ବାରା ଜାରି କରାଯାଇଥିବା ଏହି ଚାଲାଣ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF) ବାଟାଲିଅନ୍ ଡେପୁଟି ସୁପରିଟେଣ୍ଡେଣ୍ଟ ହରଜନ୍ଦର ସିଂଙ୍କ ନାମରେ ଥିଲା।ଏକ ପିଟିଆଇ ରିପୋର୍ଟ ଅନୁଯାୟୀ, ଚାଲାଣ ରେ ଉଲ୍ଲେଖ କରାଯାଇଥିବା ଘରର ଠିକଣା ହେଉଛି ହାଉସ୍ ନମ୍ବର ୭, ସେକ୍ଟର-୨, ଚଣ୍ଡିଗଡ଼।
ଘର ନମ୍ବର-୭ ପଛରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ କର୍ମଚାରୀଙ୍କ ଦ୍ୱାରା ବର୍ଜ୍ୟବସ୍ତୁ ନିଷ୍କାସନ ସମ୍ପର୍କରେ ସେଠାକାର ଅଧିବାସୀମାନେ ଅଭିଯୋଗ କରୁଥିଲେ ବୋଲି ସ୍ଥାନୀୟ ବିଜେପି କାଉନସିଲର ମହେଶିନ୍ଦର ସିଂ ସିଦ୍ଧୁ କହିଛନ୍ତି। ସେ କହିଛନ୍ତି ବାରମ୍ବାର ସେଠାକାର ଲୋକ ଏହି ଅଭିଯୋଗ ଆଣୁଥିଲେ। ଏହା ପରେ ବାସଭବନରେ ଥିବା କର୍ମଚାରୀଙ୍କୁ ବିଭିନ୍ନ ସମୟରେ ଘର ବାହାରେ ବର୍ଜ୍ୟବସ୍ତୁ ନ ପକାଇବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ ଏହା ବନ୍ଦ ହୋଇନଥିଲା। ତେଣୁ ସେ ବାଧ୍ୟ ହୋଇ ଏହି ଚାଲାଣ କାଟିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୃହ ନମ୍ବର ୪୪, ୪୫, ୬, ଏବଂ ୭ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଏକ ଅଂଶ ବୋଲି ବିଜେପି ନେତା କହିଛନ୍ତି। ଏବଂ ଏହି ଚାଲାଣ ହରଜିନ୍ଦର ସିଂଙ୍କ ନାମରେ କଟାଯାଇଛି ଯେ ସିଏମଙ୍କ ବାସଭବନରେ କାର୍ଯ୍ୟରତ ଅଟନ୍ତି।