ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର :ଜଗନ୍ନାଥ ଧାମ କହିଲେ ପୁରୀ କୁ ବୁଝାଏ। ଓଡିଶା ବିଶ୍ୱ ରେ ଜଗନ୍ନାଥ ଙ୍କ ନାମରେ ପରିଚିତ। ସେହିପରି ପିପିଲିର ଚାନ୍ଦୁଆ ମଧ୍ୟ ବିଶ୍ବପ୍ରସିଦ୍ଧ। ଏହା ଆମ ଜଗନ୍ନାଥ ସଂସ୍କୃତି ସହ ଅଙ୍ଗାଙ୍ଗି ଭାବରେ ଜଡିତ। କିନ୍ତୁ ଏହି ବିଶ୍ୱ ପ୍ରସିଦ୍ଧ କଳା କିର୍ତ୍ତୀ ବର୍ତ୍ତମାନ ଲୋପ ପାଇବାରେ ବସିଲାଣି।ପିପିଲି ଚାନ୍ଦୁଆ ହସ୍ତଶିଳ୍ପ କାରିଗର ଦଶହଜାର ରୁ ବର୍ତ୍ତମାନ ଏକ ଶହ ରେ ପହଞ୍ଚିଛି। ସେଥିପାଇଁ ପିପିଲି ଚାନ୍ଦୁଆ କାରିଗରଙ୍କ ଭବିଷ୍ୟତ ପାଇଁ ବିଧାନସଭାରେ ଦାବୀ କଲେ ପିପିଲି ବିଧାୟକ ରୁଦ୍ର ମହାରଥୀ। କୋଭିଡ ମହାମାରୀ ପାଇଁ ଚାନ୍ଦୁଆ ବ୍ୟବସାୟ ଉପରେ ବହୁତ ପ୍ରଭାବ ପଡିଛି। ପିପିଲି ଚାନ୍ଦୁଆ କିଣିବା ପାଇଁ ଅନେକ ଯାତ୍ରୀ ପିପିଲି ମୁଖ୍ୟ ବଜାର ମଧ୍ୟଦେଇ ଯାଆନ୍ତି। ହେଲେ ପିପିଲିରେ ବାଇପାସ୍ ହୋଇଯାଇଥିବାରୁ ଯାତ୍ରୀ ମାନେ ମୁଖ୍ୟ ବଜାର ମଧ୍ୟ ଦେଇ ଯାଉନାହାନ୍ତି। ଯାହା ଫଳରେ ଚାନ୍ଦୁଆ ବିକ୍ରି ୩୦ପ୍ରତିଶତ କମିଯାଇଛି। ତେଣୁ କିପରି ପିପିଲିର ଚାନ୍ଦୁଆ ବିକ୍ରି ହୋଇପାରିବ କାରିଗର ମାନେ ରୋଜଗାର ପାଇବେ ସେଥିପାଇଁ ବାଚସ୍ପତି ଙ୍କୁ ଅନୁରୋଧ କଲେ ପିପିଲି ବିଧାୟକ ରୁଦ୍ର ମହାରଥୀ। ପିପିଲି ର ଚାନ୍ଦୁଆ କେବଳ ପିପିଲି ର ପରିଚୟ ନୁହେଁ ବରଂ ଏହା ଓଡିଶା ର ପରିଚୟ ତେଣୁ ଏହା ଯେପରି ଖୁର୍ଣ ନ ହୁଏ ତାହା ଉପରେ ନିଜର ଦାବି ଉପସ୍ଥାପନା କରିଲେ ବିଧାୟକ ରୁଦ୍ର ମହାରଥୀ।