ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ନ୍ୟାସନାଲ ହେରାଲ୍ଡ ସହ ଜଡିତ ଟଙ୍କା ହେରଫେର ମାମଲାରେ ପଚରାଉଚରା ପାଇଁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। କରୋନାଭାଇରସ୍ ରେ ଆକ୍ରାନ୍ତ ଥିବାରୁ ସେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ତାରିଖରେ ସୋନିଆ ଉପସ୍ଥିତ ହୋଇ ପାରି ନଥିଲେ। କରୋନା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା। ପରେ ଆଜି ସେ ହାଜର ହୋଇଛନ୍ତି। ତାଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଛନ୍ତି। ଆଜି ତାଙ୍କୁ ପ୍ରଶ୍ନ ପଚରାଯିବ। ସୂଚନାମୁତାବକ ଏହି ସମୟରେ କଂଗ୍ରେସ, ଏହାର ରାଜ୍ୟ ୟୁନିଟ୍ ସମେତ ପାର୍ଟି ମୁଖ୍ୟଙ୍କ ସହ ଏକତାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛି। ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଇଡି ଜେରା କରିଥିଲା। ସେହିସମୟରେ ମଧ୍ୟ ଦେଶର ସମସ୍ତ ଇଡି କାର୍ଯ୍ୟାଳୟ ଘେରିଥିଲା କଂଗ୍ରେସ। ଆଜି ମଧ୍ୟ କଂଗ୍ରେସ ତାର ବିକ୍ଷୋପ ଜାରି କରିଛି।