ସନଷ୍ଟାର ଟିଭି ବ୍ୟୁରୋ
-
ବ୍ରିଟେନ ଗାଦି ପାଇଁ ଲଢ଼େଇ
-
ସମର୍ଥନ ହାସଲ ପାଇଁ ଚାଲିଛି ପ୍ରସ୍ତୁତି
-
ୠଷି ବାନମ ଲିଜରେ କିଏ ମାରିବ ବାଜି
ରିପୋର୍ଟ:ଟକ୍କର ବର୍ତ୍ତମାନ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ। ବ୍ରିଟେନର ପ୍ରଧାନମନ୍ତ୍ରୀ ଗାଦିରେ ବସିବା ପାଇଁ ଏବେ ଦୌଡରେ ଦୁଇ ମନ୍ତ୍ରୀ। ପୂର୍ବତନ ଅର୍ଥମନ୍ତ୍ରୀ ୠଷି ସୁନକ ଓ ବର୍ହିବ୍ୟାପାର ମନ୍ତ୍ରୀ ଲିଜ ଟ୍ରୁସ ବର୍ତ୍ତମାନ ଦୌଡରେ ଅଛନ୍ତି। ବ୍ରିଟିସ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନ ଇସ୍ତଫା ଦେବା ପରେ ଏହି ଦୌଡରେ ସାମିଲ ହୋଇଥିଲେ ୬ ପ୍ରାର୍ଥୀ। ଗତକାଲିର ପଞ୍ଚମ ରାଉଣ୍ଡର ଭୋଟିଙ୍ଗ ସୁଦ୍ଧା ଏବେ ଦୌଡରେ ଦୁଇଜଣ ଅଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ବହିବ୍ୟାପାର ମନ୍ତ୍ରୀ ଲିଜ୍ ଟୁସ୍ ବର୍ତ୍ତମାନ ରେସରେ ଅଛନ୍ତି। କଞ୍ଜରଭେଟିଭ୍ ପାର୍ଟିର ୧୩୭ ଏମପି ଋଷିଙ୍କୁ ସମର୍ଥନ ରହିଥିବା ବେଳେ ୪୬ ବର୍ଷୀୟା ଲିଜ୍ ଙ୍କୁ୧୧୩ ସଦସ୍ୟଙ୍କ ସମର୍ଥନ ରହିଛି। ଦୌଡରେ ପ୍ରଥମରୁ ସୁନାକ ଆଗରେ ରହିଆସିଛନ୍ତି। ୨୦୧୯ରେ ଋଷି ଥେରେସା ମେ’ଙ୍କ କ୍ୟାବିନେଟରେ ସ୍ଥାନ ପାଇବା ପରେ ୨୦୨୦ ଫେବୃୟାରୀରେ ବୋରିସ୍ନ୍ସନ ତାଙ୍କୁ ଅର୍ଥମନ୍ତ୍ରୀ କରିଥିଲେ। ତେବେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୠଷି ବୋରିସ୍ ଜନ୍ସନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପାଇଁ ବାଧ୍ୟ କରିଥିଲେ। ଏଥିରେ ସଫଳ ମଧ୍ୟ ହୋଇଥିଲେ। ଏଥିପାଇଁ ବୋରସ ମଧ୍ୟ ଚାହୁଁଥିଲେ ୠଷଇ ଏହି ଦୌଡରୁ ବାହାରି ଯାଆନ୍ତୁ ବୋଲି। କିନ୍ତୁ ବର୍ତ୍ତମାନର ପରିସ୍ଥିତି କିଛି ଓଲଟା। ୠଷିଙ୍କୁ ବହୁ ମାତ୍ରାରେ ସମର୍ଥନ ମିଳୁଛି। ଯଦି ୠଷି ବିଜୟ ହୁଅନ୍ତି ଯେଉଁଭଳି ବ୍ରିଟିସମାନେ ଭାରତକୁ ଶାସନ କରିଥିଲେ ଏବେ ଠିକ ତାର ବିପରୀତ ହେବ। ବ୍ରିଟିସକୁ ଜଣେ ଭାରତୀୟ ବଂଶଜ ଚଳାଇବେ।
ତେବେ ବ୍ରିଟେନର ପ୍ରଧାନମନ୍ତ୍ରୀ କିଏ ହେବେ ସେହି ନିଷ୍ପତ୍ତି ସେପ୍ଟେମ୍ବର ୫ରେ ହେବ, ବର୍ତ୍ତମାନ ସମର୍ଥନ ହାତେଇବା ପାଇଁ ଲାଗି ପଡିଛନ୍ତି ଏହି ଦୁଇ ପ୍ରାର୍ଥୀ। ପ୍ରତ୍ୟେକ ପର୍ଯ୍ୟାୟରେ ଅଧିକରୁ ଅଧିକ ଭୋଟ ହାସଲ କରି ଦୌଡ଼ରେ ଆଗୁଆ ରହିଆସିଥିବା ସୁନକ ଲିସକୁ ହରାଇବାରେ ସକ୍ଷମ ହେବା ସହିତ ଭାରତୀୟ ବଂଶଜ ଭାବରେ ବ୍ରିଟେନ ଗାଦି ସମ୍ଭାଳିବାରେ ସକ୍ଷମ ହେଉଛନ୍ତି କି ନାହିଁ ବାସ ତାହାଉପରେ ଏବେ ସମସ୍ତଙ୍କର ନଜର।