ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର:ବର୍ତ୍ତମାନ କାଶୀପୁରରେ ଆତଙ୍କ ଖେଳାଇଛି ଭିବ୍ରିଓ କଲେରା। ଯାହାକୁ ନେଇ ବର୍ତ୍ତମାନ ଚିନ୍ତରେ ପଡିଛି ସ୍ବାସ୍ଥ୍ୟବିଭାଗ। ଭୂତାଣୁ ବର୍ତ୍ତମାନ ଦ୍ରୃତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ଏହି ପାଇଁ ଆଜି ପୁଣି ଗୃହରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ। ଶୂନ୍ୟକାଳରେ କଂଗ୍ରେସ ବରିଷ୍ଠନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇଲେ। ସଂସଦୀୟ ମନ୍ତ୍ରୀ ଗୃହରେ ରଖିଥିବା ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କାଶୀ ପୁରରେ ଝଡାବାନ୍ତି ହୋଇଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖୁଛନ୍ତି କିନ୍ତୁ ସେଠି ଜିଲ୍ଲାପାଳ କହୁଛନ୍ତି କଲେରା ହେଇଛି। ଆମ୍ବ ଟାକୁଆ ,ଜାଉ ଖାଇ , ବିଷାକ୍ତ ପାଣି ପିଇ ,ମଦ ପିଇ ମୃତ୍ୟୁମୁଖରେ ପଡୁଛନ୍ତି। କିନ୍ତ ମନ୍ତ୍ରୀ କେଵଳ ଦୂଷିତ ପାଣି ପିଇ ଝାଡା ବାନ୍ତି ହୋଇଛି ବୋଲି କହୁଛନ୍ତି। ବର୍ତ୍ତମାନ ଯାହା ସୂଚନା ମିଳୁଛି କାହାର କଥା କାହା ସହିତ ମେଳ ଖାଉ ନାହିଁ। ଏହି କଥାରୁ ଯାହା ପ୍ରମାଣିତ ହେଉଛି ମନ୍ତ୍ରୀଙ୍କ ପାଖରେ ମଧ୍ୟ ସଠିକ ସୂଚନା ନାହିଁ। ଯାହା ବାସ୍ତବରେ ଏକ ଦୁର୍ଭାଗ୍ୟଜନକ ବିଷୟ ଅଟେ।