ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ସୋସିଆଲ ମିଡିଆରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଜଣେ କୁନି ଝିଅ ମଧ୍ୟରେ ହୋଇଥିବା ଏକ ବୈଠକ ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକମାନଙ୍କୁ ଖୁବ ଆକର୍ଷିତ କରିବାରେ ଲାଗିଛି। ଯେଉଁଥିରେ ଝିଅଟି ତାଙ୍କୁ କିପରି ମୁଖ୍ୟମନ୍ତ୍ରୀ ହୋଇପାରିବେ ସେ ସମ୍ବନ୍ଧରେ ମାର୍ଗଦର୍ଶନ ମାଗିଛନ୍ତି।ଯଦି ସେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରନ୍ତି, ତେବେ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କି? ବୋଲି ପଚାରିଛନ୍ତି। ଭିଡିଓଟିରେ ଝିଅଟି କହିଛି “ଆସାମରେ ଯେତେବେଳେ ବନ୍ୟା ଆସିଲା, ସେତେବେଳେ ଆପଣ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଯାଇଥିଲେ। ମୁଁ ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରି ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବି କି?”ତେବେ ଏହି କଥାରେ ହସି ହସି ଏକନାଥ ସିନ୍ଦେ କହିଛନ୍ତି, “ହଁ, ଆପଣ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ହୋଇପାରିବେ।
ଏହା ପରେ ଅନ୍ନଦା ଶ୍ରୀ ସିନ୍ଦେଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କୁ ଚଳିତ ବର୍ଷ ଦିୱାଲୀ ପାଇଁ ଗୁଆହାଟୀକୁ ନେବାକୁ ପ୍ରତିଶ୍ରୁତି ଦିଅନ୍ତୁ। “ନିଶ୍ଚିତ, ଆମେ ଯିବୁ। ଆପଣ ଗୁଆହାଟୀର କାମାକ୍ଷା ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଛନ୍ତି କି?” ଶ୍ରୀ ସିନ୍ଦେ ପଚାରିଥିଲେ। ଅନ୍ନଦା ସେହି କଥାରେ ହଁ କହିଲା।ଏହା ପରେ ଶ୍ରୀ ସିନ୍ଦେ କୋଠରୀରେ ଥିବା ତାଙ୍କ ପରାମର୍ଶଦାତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଝିଅଟି ବହୁତ ସ୍ମାର୍ଟ ଅଟେ। ସୂଚନାମୁତାବକ ଏକନାଥ ସିନ୍ଦେ ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଛନ୍ତି।