ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ଛତିଶଗଡ ସରକାର ଜୁଲାଇ ୨୮ ରେ ଫ୍ଲାଗସିପ୍ ‘ଗୋଧାନ ନୟାନ ଯୋଜନା’ ଅଧୀନରେ ସ୍ଥାନୀୟ ‘ହାରେଲି’ ମହୋତ୍ସବରୁ ଲିଟର ପିଛା ୪ ଟଙ୍କାରେ ଗୋମୂତ୍ର କ୍ରୟ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି।
ଗୋରୁ ଗୋବର କ୍ରୟକୁ ମଧ୍ୟ ଅନ୍ତର୍ଭୁକ୍ତ କରୁଥିବା ‘ଗୋଧାନ ନୟାନ ଯୋଜନା’ ଗୋରୁ ପାଳକ, ଜୈବ କୃଷକଙ୍କୁ ଆୟ ଯୋଗାଇବା ତଥା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦୁଇ ବର୍ଷ ପୂର୍ବେ ଏହା ଆରମ୍ଭ କରାଯାଇଥିଲା।ପ୍ରଥମ ପର୍ଯ୍ୟାୟରେ, ପ୍ରତ୍ୟେକ ଜିଲ୍ଲାର ଦୁଇଟି ମନୋନୀତ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଏହା କ୍ରୟ କରାଯିବ। ରାଜ୍ୟରେ ଗୋପରିସ୍ରା କିଣିବା ପାଇଁ ଲିଟର ପିଛା ସର୍ବନିମ୍ନ ୪ଟଙ୍କା ପ୍ରସ୍ତାବ ଦିଆଯାଇଛି। ସେହିପରି ଗୋବରର ମୁଲ୍ୟ କିଲୋଗ୍ରାମ ପିଛା ୨ଟଙ୍କାରେ ବିକ୍ରି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।ଗତ ଦୁଇ ବର୍ଷ ମଧ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଗୋବରରୁ ୨୦ ଲକ୍ଷ କ୍ୱିଣ୍ଟାଲରୁ ଅଧିକ କମ୍ପୋଷ୍ଟ, ସୁପର କମ୍ପୋଷ୍ଟ, ସୁପର ପ୍ଲସ କମ୍ପୋଷ୍ଟ ଉତ୍ପାଦିତ ହୋଇଛି, ଯେଉଁଥିପାଇଁ ସେମାନେ ୧୪୩କୋଟି ଟଙ୍କା ପାଇଛନ୍ତି। ଏହା ସହିତ, ଏହି ଯୋଜନା ଅଧୀନରେ ୧୫୦କୋଟିରୁ ଅଧିକ ମୂଲ୍ୟର ଗୋବର କ୍ରୟ କରାଯାଇଛି।