ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି। ପୁଣି ମହଙ୍ଗା ହୋଇଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। କେନ୍ଦ୍ର ସରକାର ପୁଣି ଥରେ ଖାଉଟିଆ ମାନଙ୍କର ପକେଟ ଗରମ କରିଛନ୍ତି। ନୂତନ ଦର ଲାଗୁ ହେବା ପରେ ଏହା ଖାଉଟିଆ ମାନଙ୍କୁ ଅଧିକ ଦେବାଳିଆ କରିବ କାରଣ ଏଥିରେ ଯେଉଁ ସବୁ ସାମଗ୍ରୀର ଦରର ବଢ଼ିଛି ତାହା ମୁଖ୍ୟତ ଆମର ପ୍ରତିଦିନର ବ୍ୟବହାରରେ ଆବଶ୍ୟକ ହୋଇଥାଏ। ତେଣୁ କେନ୍ଦ୍ର ସରକାରଙ୍କ ଦ୍ବାରା ଯେଉଁ ପଦକ୍ଷପ ନେଇଛନ୍ତି ତାହା ଗରିବ ଖଟିକିଆ ମାନଙ୍କୁ ବେଶ ପ୍ରଭାବିତ କରିବାକୁ ଥିବା ବେଳେ ଆଜି ବିଧାନସଭାରେ ଗୃହରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ ରାୟ। ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଉଠିଲା ଚୁଡ଼ା, ମୁଢ଼ି ଇତ୍ୟାଦି ରେ ଲାଗିଥିବା ଜିଏଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଙ୍କୁ ଟାର୍ଗେଟ କରିଛନ୍ତି । ଯଦି କେନ୍ଦ୍ର ସରକାର ଏହାଉପରେ ଜିଏସଟି ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ଲାଗୁ ନକରନ୍ତୁ ବୋଲି ଦାବି କରିବା ସହ ଯଦି ଲାଗୁକରିବେ ତେବେ ନିଜ ତାହାକୁ ବହନ କରନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ।
ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଯେ ଜିଏସଟି ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏବଂ ଏହି ଜିଏସଟି କେବଳ କମ୍ପାନୀ ମାନଙ୍କରେ ହେଉଥିବା ପ୍ୟାକିଙ୍ଗ ଫୁଡ ଉପରେ ଲାଗୁହେବ । ଗ୍ରାମାଂଚଳ ରେ ବିକ୍ରି ହେଉଥିବା ଖୋଲା ସାମଗ୍ରୀ ଉପରେ ଏହା ଲାଗୁ ହେବ ନାହିଁ। ଖୁଚୁରା ବ୍ୟବସାୟ କିମ୍ବା ଗ୍ରାହକ ଙ୍କ ଉପରେ କୌଣସି ପ୍ରଭାବ ପଡିବନାହିଁ।