ସନଷ୍ଟାର ଟିଭି ବ୍ୟୁରୋ
-
ପଦାରେ ପଡିଲା କଂଗ୍ରେସ କନ୍ଦଳ
-
ମୋକିମ ପାଇଁ କଂଗ୍ରେସ ବଦନାମ
-
ଶଙ୍ଖ ଫୁଙ୍କିବେ କି ମୋକିମ?
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ସାରା ଦେଶର ସାଂସଦ ଏବଂ ବିଧାୟକ ମାନେ ମତଦାନ କରୁଛନ୍ତି। ତେବେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ। ଯେହେତୁ ଦ୍ରୌପଦୀ ମୁର୍ମୁ ଓଡିଆ ମାଟିର ଝିଅ ତେଣୁ ତାଙ୍କୁ ଜିତାଇବା ପାଇଁ ନବୀନ ସମସ୍ତଙ୍କୁ ନିବେଦନ କରିଥିଲେ। କିନ୍ତୁ ବିରୋଧୀ ଦଳ ଯଶଓ୍ବନ୍ତ ସିନ୍ହା ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଛାଡିଥିଲୋ। ଏହା ସହ ରାଜ୍ୟରେ କଂଗ୍ରେସ ବିରୋଧୀ ପ୍ରାର୍ଥୀଙ୍କୁ ଭୋଟ ଦେବ ବୋଲି ସ୍ଥିର କରିଥିଲା। କିନ୍ତୁ ଆଜି କିଛି ବିପରୀତ ଘଟଣା ଘଟିଛି। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଦଳର କଥାରୁ ବାହାରି ନିଜର ମନର କଥା ଶୁଣିଛନ୍ତି। ଦଳ ସିନ୍ହାଙ୍କୁ ଭୋଟ ଦେବାକୁ ସ୍ଥିର କରିଥିବା ବେଳେ ମୋକିମ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ସେ କହିଛନ୍ତି ମାଟି ତାଙ୍କ ପାଇଁ ପ୍ରଥମ ପାର୍ଟୀ ନୁହେଁ । ସେ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିରୁ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି।
ଏହା ସହିତ ସେ କହିନ୍ତି ଦଳ ମଧ୍ୟରେ ଏହାକୁ ନେଇ ଯେଉଁ ଅସୁବିଧା ହେବ ସେ ତାକୁ ସମ୍ଭାଳିବେ । ତାଙ୍କୁ ଯାହା ଭଲ ଲାଗିଲା ତାଙ୍କୁ ଯାହା ଉଚିତ ଲାଗିଲା ସେ ତାହା କରିଛନ୍ତି। ମୁର୍ମୁଙ୍କୁ ସେ ଦେଶର ସବୋର୍ଚ୍ଚ ପଦରେ ଦେଖିବାକୁ ଚାହୁଁଛନ୍ତି। ତେବେ ମୋକିମଙ୍କ ଏହି ଖୁଲାସା ପରେ ବର୍ତ୍ତମାନ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଦଳର କଥାକୁ ଅବମାନ୍ୟନା କରିବା ଏବଂ ଦ୍ରୌପଦୀଙ୍କୁ ଭୋଟ ଦେବା ବର୍ତ୍ତମାନ ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଛନ୍ତି। ଏହି ଘଟଣାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହାନୀପତି କହିନ୍ତି ମୋକିମ ବାବୁ ଯାହା କରିଛନ୍ତି ତାହା ତାଙ୍କ ଠାରୁ ଆଶା କରାଯାଇ ନଥିଲା ।ତାଙ୍କର କାର୍ଯ୍ୟ ସୂଚାଇ ଦେଉଛି ସେ ଦଳ ଠାରୁ ଅସନ୍ତୋଷ ଅଛନ୍ତି। ମୋକିମ ବାବୁ ଯାହା କରିଲେ ତାହା ବାସ୍ତବରେ ନିନ୍ଦନୀୟ ଅଟେ। ତେବେ କେଉଁ କାରଣରୁ ସେ ଏପରି କଲେ ଏହାସହ ମୋକିମ କେଉଁ ଦଳ ଆଡକୁ ଢ଼ଳୁନ୍ତି,ସେ ବିଜେପିକୁ ଯିବେ କି ବିଜେଡିରେ ମିଶିବେ ସେ ଜାଣିଥିବେ ।
ଏହି ଘଟଣାରେ ପିସିସି ସଭାପତି ନିଜର ପ୍ରତିକ୍ରିୟା ରଖି କହିଛନ୍ତି ମୋକିମ ଯାହା କରିନ୍ତି ତାହାର ନିଷ୍ପତ୍ତି ହାଇକମାଣ୍ଡ ନେବ। ଆମେ ବିରୋଧୀ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ନିଷ୍ପତ୍ତି ନେଇଥିଲୁ କିନ୍ତୁ ଯଦି ସେ ଦଳର କଥାକୁ ଅବମାନନା କରିଛନ୍ତି ତାହା ବିଷୟରେ ଆମେ ଆଇକମାଣ୍ଡକୁ ସୂଚନା ଦେବୁ। ଏବଂ ଏହା ପରେ ହିଁ କୌଣସି ଆଲୋଚନା କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
ତେବେ ଦଳର କଥାକୁ ଖାତିର ନକରି ମୋକିମ ବର୍ତ୍ତମାନ ନିଜ ଇଚ୍ଛାରେ ରାଷ୍ଟ୍ରପତି ନିର୍ବାଚନରେ ନିଜ ଭୋଟ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛନ୍ତି। ଦଳର ନେତା ମାନେ କହୁଛନ୍ତି ମୋକିମ ଦଳ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ,କିଛି ଦିନ ତଳେ ଶୁଣିବାକୁ ମିଳୁଥିଲା ମୋକିକ ହୁଏତ ବିଜେଡିରେ ମିଶି ପାରନ୍ତି। ତେବେ ମୋକିମଙ୍କ ଏହି କାର୍ଯ୍ୟ ପଛରେ କାରଣ କଣ ରହିଛି ଏହାତ ଖୁବ ଶୀଘ୍ର ଲୋକ ଲୋଚନକୁ ଆସିବ। ତେବେ ମୋକିମ ଶଙ୍ଖ ଫୁଙ୍କିବେ କି ପଦ୍ମ ଧରିବେ ତାହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର।