ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜି ଗେଟ ଖୋଲିଲା ହୀରାକୁଦ। ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଯାହା ଫଳରେ ନଦୀରେ ବନ୍ୟା ପାଣି ପ୍ରବାହିତ ହେବାରୁ ପାଣି ଫୁଲିବାରେ ଲାଗିଛି। ତେବେ ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆଜି ପ୍ରଥମ କରି ବନ୍ୟା ଜଳ ନିଷ୍କାସିତ କରିଛି ହୀରାକୁଦ। ସକାଳ ୧୧ ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାର ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପ୍ରଥମେ ୭ ନମ୍ବର ଗେଟରୁ ବନ୍ୟାଜଳ ଛଡାଯାଇଥିଲା। ହୀରାକୁଦ ଗେଟ ଖୋଲିବାକରୁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ତଳମୁଣ୍ଡ ଲୋକ ମାନଙ୍କୁ ସଚେତନ ରହିବାକୁ କୁହାଯାଇଛି।