ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:ଭୁବନେଶ୍ୱର ବିଜେଡିର ଆଗଧାଡ଼ିର ନେତା ତଥା ପୂର୍ବତନ କର୍ପୋରେଟର ସମୀର ପ୍ରଧାନଙ୍କ ଅକାଳ ବିୟୋଗ ଘଟିଛି। ଦୁଇ ଦିନ ପୂର୍ବରୁ ସେ ହୃଦଘାତରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ଡାକ୍ତର ସମୀର ପ୍ରଧାନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ସ୍ବର୍ଗତ ପ୍ରଧାନ ବିଏମସିର ୧୫ନମ୍ବର ୱାର୍ଡର ଦୁଇ ଦୁଇ ଥର କର୍ପୋରେଟର ନିର୍ବାଚିତ ହୋଇଥିଲେ। ସେ ଓଡିଶା ମୋ ପରିବାରର ମଧ୍ୟ ଜଣେ ସକ୍ରିୟ ସଦସ୍ୟ ଥିଲେ। ତାଙ୍କର ଦେହାନ୍ତରେ ସମଗ୍ର ଭୁବନେଶ୍ୱର ଓ ବିଜେଡି ଦଳରେ ଶୋକର ଛାୟା ଖେଳିଯାଇଛି।