ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର- ଆଜି ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ । ସମସ୍ତ ଭାରତବର୍ଷରୁ ୧୮ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲା ବେଳେ କେବଳ ଓଡିଶା ରୁ ୧ଲକ୍ଷ ୩୦ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ସମଗ୍ର ଭାରତବର୍ଷ ରେ ସର୍ବମୋଟ ୪୯୭ ଟି ସେଣ୍ଟର ହେଇଥିଲା ବେଳେ ବିଦେଶ ମଧ୍ୟ ୧୪ ଟି ସେଣ୍ଟର ହେଇଛି ଏବଂ ଏହି ସବୁର ପରିଚାଳନା ନ୍ୟାସନାଲ୍ ଟେଷ୍ଟିଙ୍ଗ ଏଜେନ୍ସି (ଘଞଇ) କରୁଛିି । ଓଡିଶାରେ ମଧ୍ୟ ୨୪ଟି ସେଣ୍ଟର ହୋଇଥିଲା ବେଳେ କେବଳ ଭୁବନେଶ୍ୱର ୧୮ ଟି ସେଣ୍ଟର ହୋଇଛି ଓ ୧୨,୫୧୬ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।
ଚଳିତ ବର୍ଷ ୨୦ ମିନିଟ୍ ବଢାଯାଇଥିବା ରୁ ଛାତ୍ରଛାତ୍ରୀ ଙ୍କ ମନରେ ଉତ୍ସାହ ଭରି ରହିଛି ଓ ଦିନ ୨ଟା ରୁ ୫.୨୦ ପର୍ଯ୍ୟନ୍ତ ପରୀକ୍ଷା ର ସମୟ ନିର୍ଦ୍ଧାରିିତ ହୋଇଛି । ଏହା ସହ କୋଭିଡ କଟକଣା ମାନି ପରୀକ୍ଷା ଦେବା କୁ ସମସ୍ତ ପରିକ୍ଷାର୍ଥୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।