ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ-ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । ମୃତ୍ୟୁକୁ ଘଟଣାକୁ ନେଇ ସୁନାବେଡା ମେଡିକାଲରେ ଉତ୍ତେଜନା । ମୃତ ଛାତ୍ରୀ ଜଣକର ଘର ଦଶମନ୍ତପୁର । ସୁନାବେଡା ସ୍ଥିତ ଆଦିବାସୀ କଲ୍ୟାଣ ବିଭାଗର ଉଚ୍ଚ ବିଦ୍ୟାଳୟ ରେ ହଷ୍ଟେଲରେ ରହି ପଡୁଥୁଲେ ଛାତ୍ରୀ । ହଷ୍ଟେଲରେ ଶୋଇବା ଅବସ୍ଥାରେ ମୃତ ଦେହ ଉଧାର । ଝିଅର ହଠାତ ଅସ୍ବାଭାବିକ ମୃତ୍ୟୁକୁ ନେଇ ମୃତକର ପରିବାର ସୁନାବେଡା ଥାନାର ଦ୍ବାରସ୍ଥ ।
ସୁନାବେଡା ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି। ୭ ଘଣ୍ଟାଧରି ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ । ଘଟଣା ସ୍ଥଳରେ ସୁନାବେଡ଼ା ଓ ସେମିଳିଗୁଡା ପୋଲିସ।
(ରିପୋର୍ଟ-ବେଂକଟେସ ରାଓ)