ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଖୁବ ଶୀଘ୍ର ସଂସଦର ମୌସୁମୀ ଅଧିବେଶନ। ଆସନ୍ତା ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେଥି ପାଇଁ ଆଜି ସଂଧ୍ୟାରେ ବିଜୁ ଜନତା ଦଳର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିବେ । ଏହା ସହିତ ଏହି ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଜେଡି ସାଂସଦମାନେ ଯୋଗ ଦେବେ। ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି । ତେବେ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଏଥିପାଇଁ ଭୋଟ ଗ୍ରହଣ ହେବ । ତେବେ ଏହି ବୈଠକରେ କେଉଁ ସବୁ ବିଷୟ ଉପରେ ଆଲୋଚନା କରାଯିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ତେବେ ଆଜିର ବୈଠକ ପରେ ଦଳର ଆଭିମୁଖ୍ୟ ଜଣାପଡିବ।