ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଲା ମାଗଣାରେ ବୁଷ୍ଟର ଡୋଜ୍। ‘ ଆଜାଦି କା ଅମୃତ ମହୋତ୍ସବ ’ କାର୍ଯ୍ୟକ୍ରମ ଅଧୀନରେ ୧୮ରୁ ୫୯ବୟସ ବର୍ଗର ଲୋକଙ୍କୁ ଏହି ଡୋଜ୍ ମାଗଣାରେ ପ୍ରଦାନ କରାଯିବ । ରାଜଧାନୀ ରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ୧୨ଟି ହସ୍ପିଟାଲରେ ଟିକାକରଣ କରାଯିବାକୁ ବିଏମ୍ସି ସ୍ଥିର କରିଛି । ପୂର୍ବାହ୍ନ ୧୦ଟାରୁ ଗୋଟାଏ ଓ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସବୁ କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଛି। ରାଜଧାନୀର ଏମ୍ସ୍ , କ୍ୟାପିଟାଲ୍ ହସ୍ପିଟାଲ୍ , ବିଏମ୍ସି ହସ୍ପିଟାଲ୍ , ୟୁନିଟ୍ – ୪ୟୁସିଏଚ୍ସି , ପଟିଆ ୟୁସିଏଚ୍ସି , ଡୁମୁଡୁମା ୟୁସିଏମ୍ସି , ସହିଦନଗର ୟୁପିଏଚ୍ସି , ସାମନ୍ତପୁରୀ ୟୁପିଏସି , କଳ୍ପନା ୟୁପିଏସି , ଘାଟିକିଆ ୟୁସିଏମ୍ସି , ଆଇଆରସି ୧୨ଟି ଜାଗାରେ ଟିକାଦାନ ଭିଲେଜ୍ ୟୁସିଏଚ୍ସି , ୟୁନିଟ୍ – ୮ ୟୁପିଏସି ଲୋକମାନେ ଏହାର ସୁବିଧା ନେବା ପାଇଁ ବିଏମ୍ସି ସୂଚନା ଦେଇଛି । ୭୫ ଦିନ ପର୍ଯ୍ୟନ୍ତ ଟିକାଦାନ ବ୍ୟବସ୍ଥା କରାଯାଇଛି ।