ସନଷ୍ଟାର ଟିଭି ବ୍ୟୁରୋ
-
ଶାନ୍ତିର ପ୍ରତୀକ ପାଇଁ ଅଶାନ୍ତିର ମାହୋଲ
-
ଅଶୋକସ୍ତମ୍ଭକୁ ନେଇ ଥମୁନି ରାଜନୀତି
-
ବିରୋଧୀଙ୍କ କଟାକ୍ଷର ଶୀକାର ହେଉଛନ୍ତି ସରକାର
ରିପୋର୍ଟ:ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଗୃହର ଛାତ ଉପରେ ସ୍ଥାପିତ ଅଶୋକା ସ୍ତମ୍ଭର ପ୍ରତିକୃତି ଉନ୍ମୋଚନ କରିଛନ୍ତି। ଅଶୋକ ସ୍ତମ୍ଭ ଶାନ୍ତିର ପ୍ରତୀକ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ସବୁ ଆଡେ ପରିବେଶ ଅଶାନ୍ତ ହୋଇପଡିଛି। କେବଳ ଏତିକି ନୁହେଁ ଏହାକୁ ବିରୋଧୀ ମାନେ ଏକ ବିଷୟବସ୍ତୁ ଭାବେ ନେଇ ସରକାରକୁ ଘେରିଛନ୍ତି। ତେବେ ସଂସଦ ଗୃହର ଛାତ ଉପରେ ସ୍ଥାପନ ହୋଇଥିବା ଅଶୋକ ସ୍ତମ୍ଭରେ ସିଂହର ହିଂସ୍ର ପରି ଦେଖାଯାଉଥିବାର ସୂଚନା ମଳିଛି। ବର୍ତ୍ତମାନ କଥା କେବଳ ନୂତନ ଅବସ୍ଥାପିତ ହୋଇଥିବା ଅଶୋକ ସ୍ତମ୍ଭର ନୁହେଁ କାରଣ ଏହା ଆମର ଜାତୀୟ ପ୍ରତୀକର । ଯାହା ଆମ ଦେଶକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥାଏ। ଯଦି ଏଥିରେ ସିଂହ ହିଂସ୍ରପରି ନଜର ଆସିବେ ତେବେ ଏହା ଦେଶକୁ କିପରି ଶାନ୍ତିର ବାର୍ତ୍ତା ପହଞ୍ଚାଇବ।
ଏହି ବିବାଦରେ କଂଗ୍ରେସ ନେତା ଗୁରଦୀପ ସିଂ ସାପଲ କହିଛନ୍ତି ଅଶୋକା ସ୍ତମ୍ଭରେ ସରକାର ପରିବର୍ତ୍ତନ କରିଛନ୍ତି। ଏହା ଆମର ଜାତୀୟ ପ୍ରତୀକ ତେଣୁ ଏଥିରେ ଯେଉଁ ପରିବର୍ତ୍ତନ ଅଣାଯାଇଛି ତାହା ଆଇନଗତ ଅପରାଧ ଅଟେ ତେଣୁ ଏହି ମାମଲା ଆଧାରରେ ଅପରାଧୀଙ୍କୁ ୬ମାସରୁ ୨ବର୍ଷ ପର୍ଯ୍ୟନ୍ତ ଅପରାଧୀକ ମାମାଲାରେ ଦଣ୍ଡ ମିଳିବା ଆବଶ୍ୟକ।
ଏହି ବିବାଦରେ ହାଇଦ୍ରାବାଦ ସାଂସଦ ତଥା ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି କହିଛନ୍ତି ଏହା ସାମ୍ବିଧାନିକ ନିୟମର ଉଲ୍ଲଂଘନ ଅଟେ। ଓୱାଇସି ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନ ଉପରେ ଜାତୀୟ ପ୍ରତୀକ ଉନ୍ମୋଚନ କରିବା ଉଚିତ ନଥିଲା।
ଏହାସହ କଂଗ୍ରେସ ନେତା ଅଧୀର ରଂଜନ ଟ୍ୱିଟ୍ କରି କହିଛନ୍ତି, “ନରେନ୍ଦ୍ର ମୋଦୀ ଜୀ, ଦୟାକରି ସିଂହର ଚେହେରା ଦେଖନ୍ତୁ। ଏହା ଶାନ୍ତି କମ ଅଶାନ୍ତିର ବାର୍ତ୍ତା ପରିବହନ କରୁଛି। ଏହା ବ୍ୟତୀତ କଂଗ୍ରେସର ଗଣମାଧ୍ୟମ ଦାୟିତ୍ବ ତଥା ରାଜ୍ୟସଭା ସଦସ୍ୟ ଜୟରାମ ରମେଶ ମଧ୍ୟ ସରକାରଙ୍କୁ ଘେରି କହିଛନ୍ତି ଯେ ଅଶୋକା ସ୍ତମ୍ଭ ଉପରେ ସିଂହର ଚରିତ୍ର ଏବଂ ପ୍ରକୃତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ଭାରତର ଜାତୀୟ ପ୍ରତୀକ ପାଇଁ ଅପମାନ ଅଟେ। ତେବେ ବିବାଦ ଉପଜୁଥିବା ବେଳେ ଏହାକୁ ପରିବର୍ତ୍ତନ କରାଯିବ କି ନାହିଁ ଏହା କେନ୍ଦ୍ର ସରକାର ନିଷ୍ପତ୍ତି ନେବେ। ନୂତନ ଅଶୋକ ସ୍ତମ୍ଭ ଗଢ଼ିଛି କିଏ?
ତେବେ ବାସ୍ତବରେ ଦେଖିବାକୁ ଗଲେ ସିଂହର ଆକାର ଏଥିରେ ବହୁତ ବଡ ଥିବାରୁ ଏହା ଏଭଳି ଭାବରେ ପରିଦର୍ଶିତ ହେଉଥିବା ନୂତନ ଅଶୋକ ସ୍ତମ୍ଭ ନିର୍ମାଣ କରିଥିବା ଶିଳ୍ପୀ ଲକ୍ଷ୍ମଣ ପ୍ରକାଶ କରିଛନ୍ତି।
ଲକ୍ଷ୍ମଣ କହିଛନ୍ତି ଯେ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଦ୍ବାରା ଏହି କାର୍ଯ୍ୟ ସେ ହାତକୁ ନେଇଥିଲେ।ଏହାକଚ ନିର୍ମାଣ କରିବା ପାଇଁ ପାଞ୍ଚ ମାସ ସମୟ ଲାଗିଥିଲା। ଏହାର ଓଜନ ୯୬୨୦ କିଲୋଗ୍ରାମ। ଜାତୀୟ ପ୍ରତୀକର ଏପରି ଏକ ବିଶାଳ ପ୍ରତିକୃତି କେବେବି ନିର୍ମାଣ କରାଯାଇ ନଥିଲା। ଚିତ୍ରଟି ନିମ୍ନରୁ ଏକ ପ୍ରକାରର ଏବଂ ସାମ୍ନାକରୁ ଏକ ପ୍ରକାରର ଦେଖାଯିବ।ତେଣୁ ଏହାକୁ ନେଇ ବିବାଦ କରିବା ଆବଶ୍ୟକ ନୁହେଁ ବୋଲି ଶିଳ୍ପୀ କହିଛନ୍ତି।