ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ୨୦୨୨ – ୨୩ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜର ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ଅଗଷ୍ଟ ପହିଲାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା ( ସିପିଇଟି ) ଆରମ୍ଭ ହେବାକୁ ଯାଉଛି । ତେବେ ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପରୀକ୍ଷା ଲାଗି ଆହୁରି କିଛି ଛାତ୍ରଛାତ୍ରୀ ଆବେଦନ କରିପାରି ନାହାନ୍ତି । ତାହାକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନ ସମୟ ଅବଧିକୁ ବୃଦ୍ଧି କରାଯାଇଛି । ଆଗ୍ରହୀ ଛାତ୍ରଛାତ୍ରୀ ଜୁଲାଇ ୧୭ ପର୍ଯ୍ୟନ୍ତ ସାମ୍ସ ୱେବସାଇଟ୍ ‘ www.samsodisha.gov . in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ ( ସିଏଏଫ୍ ) ରେ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ୧୮ ଓ ୧୯ ତାରିଖରେ ସିଏଏଫ୍ରେ ସଂଶୋଧନ କରିବାର ସୁଯୋଗ ରହିଛି । ନୂତନ ଭାବେ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସଂଶୋଧନ ସୁଯୋଗ ମିଳିବ ନାହିଁ । ଜୁଲାଇ ୧୫ ଅପରାହ୍ନ ୨ଟାରେ ହଲ୍ ଟିକେଟ୍ ଉପଲବ୍ଧ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।