ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ବର୍ତ୍ତମାନ ସମୟରେ ଚାଷ କରିବା ପାଇଁ କାହିଁ କେତେ ନୂଆ ନୂଆ ମେସିନ ବାହାରିଲାଣି । ଯାହା ଦ୍ବାରା ଅତି ସହଜ ଭାବରେ କାର୍ଯ୍ୟ କରାଯାଇ ପାରୁଛି। କିନ୍ତୁ ପୂର୍ବରୁ ଚାଷ ପାଇଁ ଚାଷୀ ମାନେ ବଳଦ ଉପରେ ନିର୍ଭର କରୁଥିଲେ। କେବଳ ଏତିକି ନୁହେଁ ବଳଦ ମାନଙ୍କୁ ମଧ୍ୟ ଭାର ବୋହିବା ପାଇଁ ବ୍ୟବହାର କରାଯାଉଥିଲା। ତେବେ ସେହି ବଳଦ ଗାଡି ବର୍ତ୍ତମାନ ନୂଆ ରୂପ ଦିଆଯାଇଛି। ଆଇଏଏସ ଅଧିକାରୀ ଅଓ୍ବାନିସ ସାରାନ ତାଙ୍କ ଟ୍ବିଟର ଆକାଉଣ୍ଟରେ ଏହାଉପରେ ପୋଷ୍ଟ କରିଛନ୍ତି। ସେ ଗୋଟିଏ ଚିତ୍ର ପୋଷ୍ଟ କରି ଲେଖିଛନ୍ତି ବଳଦ ମାନଙ୍କ ଭାରକୁ କମ କରିବା ପାଇଁ ବର୍ତ୍ତମାନ ଅତ୍ୟାଧୁନିକ ପଦ୍ଧତି କିପରି ହାତକୁ ନିଆଯାଉଛି। ଯେପରି ବଳଦ ମାନଙ୍କ ଉପରେ ଅଧିକ ଭାର ନ ପଡିବ ସେ ଲାଗି ରୋଲିଙ୍ଗ ସ୍ପୋର୍ଟ ଲଗାଯାଇଛି। ତେବେ ଏହି ପଦ୍ଧତିକୁ ଅଧିକ ଲୋକ ଆପଣାଇ ମଧ୍ୟ ପାରିବେ। ଯେପରି ପୂର୍ବରୁ ବଳଦ ମାନଙ୍କ ଦ୍ବାରା ଭାର ବୁହାଯାଉଥିଲା ଠିକ ସେହି ପରି ଏହା କାର୍ଯ୍ୟ କରିବ କିନ୍ତୁ ଏଥିରେ ଅଧିକ ଭାର ବଳଦ ଉପରେ ପଡିବ ନାହିଁ। ଏହି ପୋଷ୍ଟକୁ ବହୁ ଲୋକ ଲାଇକ କରିଛନ୍ତି।ଏବଂ ଏହି ଉପାୟକକୁ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି।