ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ନମାଜ ପାଠ ମଲରେ କରୁଥିବା ନେଇ ଉଠିଲା ଧାର୍ମିକ ପ୍ରଶ୍ନ । ଲକ୍ଷ୍ନୌରେ ପୁଣି ଥରେ ଧାର୍ମିକ ବିବାଦ ସୃଷ୍ଟି ହୋଇଛି । ଗତ ସୋମବାର ଦିନ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନାଠାରେ ଲୁଲୁ ମଲ ଉଦ୍ଘାଟନ କରାଯାଇଛି । ତେବେ ଏହି ମଲ ସେଠାକାର ସବୁଠାରୁ ବଡ ମଲ ହୋଇଥିବାରୁ ସେଠାରେ ଜନସମାଗମ ମଧ୍ୟ ବହୁ ପରିମାଣରେ ହୋଇଥାଏ । ଏହି ଅବସରର ଫାଇଦା ଉଠାଇ ସେଠାରେ ଉପସ୍ଥିତ ଅନ୍ୟ ଧର୍ମର ଲୋକଙ୍କୁ ନମାଜ ପାଠ କରିବା ପାଇଁ କିଛି ଲୋକ ପ୍ରବକ୍ତାଉ ଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେବାର ଲାଗିଛି । ଭିଡିଓ ଭାଇରାଲ ହେବା ପରେ କିପରି ଏକ ମଲରେ ଧାର୍ମିକ କାର୍ଯ୍ୟକଳାପ କରାଯାଉଥିଲା? ବର୍ତ୍ତମାନ ଏ ନେଇ ସୋସିଆଲ ମିଡିଆରେ ଲୋକେ ପ୍ରଶ୍ନ କରିଛନ୍ତି ।ବଶେଷ କରି ଏ ନେଇ ହିନ୍ଦୁ ସଂଙ୍ଗଠନମାନେ ପ୍ରଶ୍ନ କରିଛନ୍ତି । ହିନ୍ଦୁ ମହାସଭାର କହିବାନୁସାରେ, ଲୁଲୁ ମଲ୍ ମଧ୍ୟ ଅତୀତରେ ଏଭଳି ବିବାଦ ଦେଖାଦେଇଥିଲା। ହିନ୍ଦୁ ମହାସଭାର ନେତା ଶିଶିର ଚାଟୁର୍ବେଦୀ କହିଛନ୍ତି, ଯେ ଲୁଲୁ ମଲ୍ ବର୍ତ୍ତମାନ ଏହାର ପ୍ରକୃତ ରଙ୍ଗ ଦେଖାଉଛି। ପୂର୍ବରୁ ମଧ୍ୟ ଏଭଳି କାର୍ଯକଳାପ ପାଇଁ ଲୁଲୁ ମଲ ବିବାଦ ଘେରକୁ ଆସିଥିଲା । ବର୍ତ୍ତମାନ ୟୁପିରେ ମଧ୍ୟ ସମାନ କାର୍ୟ୍ୟ କରୁଛି। ମସଜିଦ ଭାବରେ ବ୍ୟବହୃତ ହେଉଥିବା ପ୍ରତ୍ୟେକ ମଲ୍ ଉପରେ ହିନ୍ଦୁ ମହାସଭା କାର୍ୟ୍ୟାନୁଷ୍ଠାନ ଦାବି କରିଛି । (ରିପୋର୍ଟ:ସୋନାଲି)