ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ:ନୂତନ ଭାବେ ସରକାର ଗଠନ ହେବା ପରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ଉପରେ ମୂଲ୍ୟଯୁକ୍ତ ଟିକସ (ଭାଟ୍) ଯଥାକ୍ରମେ ଲିଟର ପିଛା ୫ ଟଙ୍କା ଏବଂ ୩ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସିଏମ ସିନ୍ଦେ ଏବଂ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦାୟିତ୍ବ ଗ୍ରହଣ କରିବାର କିଛି ସମୟ ପରେ ଫଡନାଭିସ୍ ଘୋଷଣା କରିଥିଲେ ଯେ ଅନ୍ୟ ବିଜେପି ଶାସିତ ରାଜ୍ୟମାନଙ୍କ ପରି ଇନ୍ଧନ ଉପରେ ଭାଟ୍ ହ୍ରାସ ହେବ।ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସିନ୍ଦେ କହିଛନ୍ତି, “ନଭେମ୍ବର ୪ ଏବଂ ମେ୨୨ ରେ କେନ୍ଦ୍ର ସରକାର ଭାଟ୍ ହ୍ରାସ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜ୍ୟମାନଙ୍କୁ ଏହା କରିବାକୁ ଅନୁରୋଧ କରିଛନ୍ତି। ଆମେ ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ। ଫଳସ୍ୱରୂପ, ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩ ଟଙ୍କା ଶସ୍ତା ହେବ।