ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର:ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କିଛି ଦିନ ହେବ ଓଡିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା୫୦୦ ପାର ରହୁଥିବା ବେଳେ ବର୍ତ୍ତମାନ ୮୦୦ ଟପିଛି। ରାଜ୍ୟରେ ଗତ୨୪ ଘଣ୍ଟା ମଧ୍ୟରେ ୮୦୪ ନୂତନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକାଶ ପାଇଛି। ଏହା ଭିତରୁ ୧୮ ବର୍ଷରୁ ତଳେ ୭୧ ଜଣ ଆକ୍ରାନ୍ତ ରହିଛନ୍ତି।

ଏହା ବାଦ କ୍ବାରେନଣ୍ଟାଇନରୁ ୪୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣ ୩୩୩ ରହିଛି। ସର୍ବପରି ଖୋର୍ଦ୍ଧା ଜିଲ୍ଲାରୁ ୩୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ବର୍ତ୍ତମାନ କରୋନା ହଟସ୍ପଟ ପାଲଟିଛି।

ଏହାକୁ ନଜର ରଖି ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଟକଣାକୁ କଡାକଡି କରାଯାଇଛି। ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ଠାରୁ ଆରମ୍ଭ କରି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି।