ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ଦୁଇ ଦିନ ପାଇଁ କନସୁଲାର ସହାୟତା ବନ୍ଦ କଲା ଆମେରିକା ।ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥକ ସଙ୍କଟକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଆମେରିକା । ଗତ କଛି ଦିନ ହେବ ଶ୍ରୀଲଙ୍କା ଶ୍ରୀହୀନ ହୋଇପଡିଛି । ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛି ଶ୍ରୀଲଙ୍କା । ବର୍ତ୍ତମାନ ସେଠାକାରେ ପ୍ରଧାନମନ୍ତ୍ରୀ ରାନିଲ୍ ୱିକ୍ରମ ସିଙ୍ଘେ ଏବଂ ରାଷ୍ଟ୍ରପତି ନିଜ ବାସଭବନ ଛାଡି ଗୋପନରେ ବାସ କରୁଛନ୍ତି । ଦେଶରେ ଭୟଙ୍କର ଭାବେ ବିକ୍ଷୋଭ କରୁଛନ୍ତି ଦେଶବାସୀ । ତେବେ ଶ୍ରୀଲଙ୍କାରେ ଚାଲିଥିବା ରାଜନୈିତିକ ଅସ୍ଥିରତା ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ଆସନ୍ତା ଦୁଇଦିନ ପାଇଁ କଲୋମ୍ବରେ ଥିବା ଆମେରିକା ଦୂତବାସ ଏହାର କନସୁଲରା ସେବାକୁ ବାତିଲ କରିଛି ।
ଆମେରିକା ଦୂତବାସ ଟ୍ୱଟି ସୂଚନା ଦେଇଛିନ୍ତି ଯେ,ବହୁ ସତର୍କତା ଦୃଷ୍ଟିରୁ ବୁଧବାର ଅପରାହ୍ନଠାରୁ ସମସ୍ତ କନସୁଲାର ସେବାକୁ ବାତିଲ କରୁଛୁ । ଏହା ସହ ତୁରନ୍ତ ଏଭଳି ପଦକ୍ଷେପ ନେଇଥିବା ହେତୁ ଆମେରିକା କ୍ଷାମା ପ୍ରାର୍ଥନା ମଧ୍ୟ କରିଛି । ଏହି ଦୁଇଦିନ ଭିତରେ ଯଦି କୈାଣସି ଅସୁବିଧା ସୃୃଷ୍ଟି ହୁଏ ତେବେ ଏଥି ପାଇଁ ଆମେରିକା କ୍ଷମା ପ୍ରର୍ଥନା କରିବା ସହ ପୁନଃ ପୁଣି ସେବାଗୁଡିକ ପୁଣି କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛି ।
ତେବେ ଆସନ୍ତୁ ଜାଣିବା କନସୁଲାର ସେବାମାନେ କ’ଣ?
କନସୁଲାର ସେବା ହେଉଛି ସରକାରୀ ନାଗରିକଙ୍କ ସଙ୍ଗଠିତ ଏକ ସଂସ୍ଥା । ଏହା ବିଦେଶରେ ଗୁରୁତ୍ୱପୂର୍ଣ୍ଣ ବନ୍ଦର ଏବଂ ବାଣିଜ୍ୟ କେନ୍ଦ୍ରରେ ଏହାର ନାଗରିକ ବ୍ୟକ୍ତିବିଶେଷଙ୍କୁ ସମସ୍ତ ସୁରକ୍ଷା, ସହାର୍ଯ୍ୟ ପାଇଁ କାର୍ଯ୍ୟକାରି ହୋଇଥାଏ ।
ଆମେରିକା କନସୁଲମାନେ ପାସପୋର୍ଟ ପ୍ରଦାନ ଏବଂ ନାଗରିକତା ଯାଞ୍ଚ, ବନ୍ଦରକୁ ଯାଉଥିବା ମାଲପରିବହନ, ଜାହାଜ, ଏବଂ ଯାତ୍ରୀମାନଙ୍କର ପରିମଳ ପରିସ୍ଥିତିକୁ ପ୍ରମାଣ କରିବା ଏବଂ ଆମେରିକୀୟ ନାଗରିକଙ୍କ ସହ ଜଡିତ ଆଇନଗତ ମାମଲାରେ ସ୍ଥାନୀୟ ଅଧିକାରୀଙ୍କ ସହ ମଧ୍ୟସ୍ଥତା କରିବା ସହ କୂଟନୈତିକ ସେବା ଯଥା ବାଣିଜ୍ୟ ବିଭାଗ ଏବଂ ଟ୍ରେଜରି ବିଭାଗର ପରିସଂଖ୍ୟାନ ସଂଗ୍ରହ ତଥା ବାଣିଜ୍ୟକୁ ପ୍ରୋତ୍ସାହିତ କରିବାକୁ କାର୍ଯ୍ୟ କରନ୍ତି ।(ରିପୋର୍ଟ:ସୋନାଲି)