ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବର୍ତ୍ତମାନ କରୋନା କଟକଣାକୁ ମଧ୍ୟ କଡାକଡି କରାଯାଇଛି। ଯେଉଁମାନେ କୋଭିଡ ଟିକା ନେଇ ନାହାନ୍ତି ସେମାନଙ୍କୁ କରୋନା ଟିକା ନେବାକୁ ପରାମର୍ଶ ଦେବା ସହିତ ଯେଉଁମାନେ କରୋନର ଦୁଇଟି ପାନ ନେଇ ସାରିଛନ୍ତି ସେମାନଙ୍କୁ ପ୍ରିକୋସନ ଡୋଜ ଦିଆଯିବ। କରୋନାଭାଇରସ୍ ରୋଗର ବୃଦ୍ଧି ସହିତ ଦେଶରେ ଟୀକାକରଣକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ସୂଚନା ଦେଇ କହିଛନ୍ତି। ଯେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ଜୁଲାଇ ୧୫ ରୁ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ। ସମସ୍ତ ସରକାରୀ ହସ୍ପତାଲରେ ଏହା ଉପଲବ୍ଧି ହେବ।ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି। କୋଭିଡ ସତର୍କତାର ମାତ୍ରା କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଭାରତର ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବାରୁ ଜୁଲାଇ ୧୫ ରୁ ଏହାକୁ ନୂତନ ଟିକା ଡ୍ରାଇଭ୍ ଭାବେ କାର୍ଯ୍ୟକାରୀ କରାଯିବ।