ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ବୁଧବାର ଠାରୁ ଆରମ୍ଭ ହେଉଛି । ଏହା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ବିଭାଗୀୟ ଷ୍ଟାଣ୍ଡିଂ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବ । ୧୪ରୁ ୨୯ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନାକରାଯିବ । ୩୦ ତାରିଖରେ ୨୦୨୨ – ୨୩ ବଜେଟ୍ ଉପରେ ପାରିତ ରହିଛି । ସୂଚନାଯୋଗ୍ୟ ବଜେଟ୍ ଅଧିବେଶନ ଆରମ୍ଭ ଦିନ ୨୦୨୨ – ୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଥିଲା । ୬ ତାରିଖରେ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିଲା । ତେବେ ଆଜି ଠାରୁ ପୁଣି କମ୍ପିବ ବିଧାନ ସଭା ଗୃହ।ତେବେ ଆଜି ସରକାରଙ୍କୁ ଘେରିବା ପାଇଁ ବିରୋଧୀ ମାନଙ୍କ ପାଇଁ ବହୁତ ମୁଖ୍ୟ ପ୍ରସଙ୍ଗ ରହିଥିବା ବେଳେ ସାମ୍ବାଦିକଙ୍କ ପାଇଁ ଧକ ପାଇଁ ଗର୍ଜ୍ଜିବେ ବିରୋଧୀ।