ସନଷ୍ଟାର ଟିଭି ବ୍ୟୁରୋ
ରିପୋର୍ଟ: ନିକଟରେ ଆଥିୟା ଶେଟ୍ଟୀ ଏବଂ କେ.ଏଲ ରାହୁଲଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋରଧରିଛି । ଗତ କିଛି ଦିନ ହେବ ଏହି ଦୁଇ ସେଲିବ୍ରେଟି ଡେଟିଂ କରୁଥିବା ନେଇ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଥିବା ବେଳେ ଆଥିୟା ଏବଂ ରାହୁଲ ଏ ନେଇ କୈାଣସି ବିଧିବଦ୍ଧ ଭାବେ ପ୍ରକାଶ କରିନାହାଁନ୍ତି ।କିଛି ବିଶେଷସୂତ୍ରରୁ ଜଣାପେଡିଛି ଯେ ଆଥିୟା ଏବଂ ରାହୁଲ ଆସନ୍ତା ତିିନିମାସ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୁନୀଲ ଏବଂ ମାନା ଶେଟ୍ଟୀଙ୍କ ଝିଅ ଆଥିୟା ଜଣେ ଅଭିନେତ୍ରୀ ହୋଇଥିବା ବେଳେ ରାହୁଲ ଆଇପିଏଲ ଲକ୍ଷେ୍ନା ସୁପର ଜିଆଣ୍ଟର ଅଧିନାୟକତ୍ୱ କରିଥିବା ବେଳେ ଭାରତ କ୍ରିକେଟ ଦଳର ଉପ-ଅଧିନାୟକ ଭୂମିକା ନିଭାଉଛନ୍ତି ।
ସୂଚନାମୁତାବକ,ଆଥିୟାଏବଂ ରାହୁଲ ପ୍ରାୟ ତିନି ବର୍ଷ ହେଲାଣି ଦୁହେଁ ଦୁହିଁଙ୍କ ଡେଟିଂ କରୁଛନ୍ତି ।ତେବେ ଆଥିୟା-ରାହୁଲଙ୍କ ବିବାହ ନେଇ ଗଣମାଧ୍ୟମ ଆଥିୟାଙ୍କା ପିତା ସୁନୀଲଙ୍କ ସେଟ୍ଟିଙ୍କୁ ପ୍ରଶ୍ନ କରିଥିଲେ । ଏ ନେଇ ସୁନୀଲ ସିଧା ସିଧା କହିଛନ୍ତି ଯେ ଆଥିୟାର ବିବାହ ନେଇ ଏ ପର୍ଯ୍ୟନ୍ତ କୈାଣସି ପ୍ରସ୍ତୁତି କରାଯାଇନାହିଁ । ଏହି ତଥ୍ୟ ସମ୍ପୁର୍ଣ୍ଣ ମିଥ୍ୟା ।ଗତ ସପ୍ତାହରେ ଆଥିୟାଙ୍କ ଭାଇ ଆହାନ ସେଟ୍ଟୀଙ୍କୁ ଏକ ସକ୍ଷାତାକାରରେ ଆଥିୟାଙ୍କ ବିବାହ ତାରିଖ ନେଇ ପ୍ରଶ୍ନ କରାଯାଇଥିଲା । ତେବେ ଆହନ୍ ମଧ୍ୟ ପିତା ସୁନୀଲ ଭଳି ସମାନ ଉତ୍ତର ଦେଇଥିଲେ । ଆଥିୟାଙ୍କ ବିବାହ ନେଇ ଏ ପର୍ଯ୍ୟନ୍ତ କୈାଣସି ଯୋଜନା କରାଯାଇ ନାହିଁ । ତେଣୁ ଏବେ ଠାରୁ ବିବାହର କୈାଣସି ସଠିକ୍ ତାରିଖ ମୁଁ କହି ପାରିବି ନାହିଁ ।
ତେବେ ଆସନ୍ତା ତିନି ମାସ ଭିତରେ ଆଥିୟାଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଗୁଜବ ବୋଲି ଦର୍ଶାଇଛନ୍ତି ସେଟ୍ଟୀ ପରିବାର । ଏହା ସହ ଆଥିୟା ମଧ୍ୟ ଇନଷ୍ଟାଗ୍ରାମରେ ଥିବା ତାଙ୍କ ଆକାଉଣ୍ଟରେ ବୁଧବାର ଏକ ଷ୍ଟେରୀ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ ତିନି ମାସ ଭିତରେ ବିବାହକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ମୋତେ ନିଶ୍ଚୟ ନିମନ୍ତ୍ରଣ କରିବେ । ଏପରି ଲେଖି ବିବାହକୁ ନେଇ ହେଉଥିବା ସମସ୍ତ ଚର୍ଚ୍ଚକୁ ସେ ଖଣ୍ଡନ କରିବା ସହ ମଥ୍ୟା ବୋଲି ଦର୍ଶାଇଛନ୍ତି ।(ରିପୋର୍ଟ: ସୋନାଲି)